ଏଣିକି ଅନଲାଇନରେ ବୁକ୍ ହେବ ଅମ୍ବୁଲାନ୍ସ।

ରାଜ୍ୟ କାହାଣୀ (ଭୁବନେଶ୍ୱର )ଏଣିକି ଅନଲାଇନରେ ବୁକ୍ ହେବ ଅମ୍ବୁଲାନ୍ସ। ଏ ନେଇ ସୂଚନା ଜାରି କରିଛନ୍ତି ପରିବହନମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସୂଚନା। ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।ଲୋକମାନେ ମୋବାଇଲ୍ ଆପ୍ ‘ଓଡିଶା ଯାତ୍ରୀ’ ମାଧ୍ୟମରେ ଆମ୍ବୁଲାନ୍ସ ବୁକ୍ କରିପାରିବେ। ରାଜ୍ୟ ସରକାର ଆମ୍ବୁଲାନ୍ସ ସେବାକୁ ଏହାର ଘରୋଇ କ୍ୟାବ୍ ଆଗ୍ରିଗେଟର୍ ଆପ୍ ସହିତ ସଂଯୁକ୍ତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି। ତେବେ କୁଟ ସହାୟତାରେ ଏହାକୁ ଚଲାଯିବ। ଏହାର ରୋଡ୍ ଚାର୍ଟ ସରକାର ନିର୍ଦ୍ଧାରିତ କରିବେ। ସରକାରୀ ସହ ଘରୋଇ ଅମ୍ବୁଲାନ୍ସ ସେବା ପାଇବେ।ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ଯାତ୍ରୀ ହେଉଛି ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏକ ଆପ୍। ଏଥିରେ କୌଣସି କମିଶନ କିମ୍ବା ମଧ୍ୟସ୍ଥି ନାହାଁନ୍ତି ଏବଂ ଉପଭୋକ୍ତା ଦ୍ୱାରା କରାଯାଇଥିବା ଦେୟ ଗାଡ଼ିର ମାଲିକଙ୍କୁ ୧୦୦ ପ୍ରତିଶତ ଯାଏ।

You might also like