ରଥ ଚକ ତଳେ ଗଲା ଯୁବକଙ୍କ ଜୀବନ।

ରାଜ୍ୟ କାହାଣୀ (ଭୁବନେଶ୍ଵର)ରଥଯାତ୍ରାରେ ଅଘଟଣ। ରଥ ଚକ ତଳେ ଗଲା ଯୁବକଙ୍କ ଜୀବନ। ଭିଡ଼ ଅଧିକ ହୋଇଥିବା କାରଣରୁ ଠେଲା ପେଲା ବେଳେ ରଥଚକ ତଳେ ପଡ଼ିଯାଇଥିଲେ ଯୁବକ। ଫଳରେ ରଥ ତାଙ୍କ ଉପରେ ଚଢ଼ିଯାଇଥିଲା। ଆଉ ତାଙ୍କର ମୃତ୍ୟୁ ହେଲା।ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ରଥ ଟାଣିବା ବେଳେ ଏହି ବଡ଼ ଅଘଟଣ ଘଟିଛି । ତେବେ ରଥଚକା ତଳେ ପଡି ଯିବା ଫଳରେ ରଥ ତାଙ୍କ ଉପରେ ଚଢ଼ିଗଲା। ସଙ୍ଗେ ସଙ୍ଗେ ଯୁବକଙ୍କୁ ଉଦ୍ଧାର କରି ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

You might also like