ଅଗଷ୍ଟ ମାସରେ ଏତିକି ଦିନ ଛୁଟି ରହିବ ସ୍କୁଲ- କଲେଜ !

ରାଜ୍ୟ କାହାଣୀ (ଭୁବନେଶ୍ୱର )ଓଡ଼ିଶାର ସରକାରୀ ସ୍କୁଲରେ ପଢୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର। କାରଣ ଆସନ୍ତା ଅଗଷ୍ଟ ମାସରେ ସ୍କୁଲ, କଲେଜ ଏବଂ ସରକାରୀ ଅଫିସଗୁଡ଼ିକ ପ୍ରାୟ ୧୦ ଦିନ ଛୁଟି ରହୁଛି। ଅଗଷ୍ଟ ମାସ ରକ୍ଷାବନ୍ଧନ ସହିତ ଆରମ୍ଭ ହେଉଛି |ରାଖୀ ପୂର୍ଣ୍ଣିମା ପାଖାପାଖି ୱିକଏଣ୍ଡ ଛୁଟି ଏକାଠି ପଡୁଛି, ଯାହା ଯୋଗୁଁ ଲୋକମାନେ ଲଗାତାର ତିନି ଦିନ ଛୁଟି ପାଇବେ।୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଓ ୧୬ ଅଗଷ୍ଟ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ |ରବିବାର ଥିବାରୁ ସ୍କୁଲ କଲେଜରେ ପାଠ ପଢା ବନ୍ଦ ରହିବ । କାର୍ଯ୍ୟାଳୟରେ ମଧ୍ୟ କାମ ହେବ ନାହିଁ ।୨୭ ଅଗଷ୍ଟ ଗଣେଶ ଚତୁର୍ଥୀ ଯୋଗୁଁ ସ୍କୁଲ ମାନଙ୍କରେ ପୂଜା ପରେ ଛୁଟି । ଗଣେଶ ପୂଜା ପର ଦିନ ନୂଆଁଖାଇ ପଡୁଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଦିନ ଛୁଟି ପଡିବ । ସରକାରୀ ଛୁଟି ବ୍ୟତୀତ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଯେଉଁମାନେ ଅଛନ୍ତି ସେମାନଙ୍କ ପାଇଁ ଅଗଷ୍ଟରେ ମୋଟ ୧୨ ଦିନ ଛୁଟି ଅଛି ।

You might also like