ବାଲିଅନ୍ତା ଘଟଣାରେ ବଡ଼ ପଦକ୍ଷେପ , ବଦଳିଲେ ଏଡିଜିପି ଦୟାଲ ଗଙ୍ଗୱାର 

ରାଜ୍ୟ କାହାଣୀ, ଭୁବନେଶ୍ଵର,ବରିଷ୍ଠ ଆଇପିଏସ୍‌ ଦୟାଲ ଗଙ୍ଗଓ୍ୱାରଙ୍କ ବଦଳି । ବରିଷ୍ଠ ଆଇପିଏସ ଅଫିସର ଦୟାଲ ଗଙ୍ଗୱାରଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି।  ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି  ପ୍ରକାଶ ପାଇଛି ।ରାଜ୍ୟପାଳଙ୍କ ଆଦେଶ କ୍ରମେ ଏହି ବଦଳି ତତ୍କାଳ ପ୍ରଭାବରୁ ଲାଗୁ କରାଯାଇଛି ।ଗୃହ ବିଭାଗ ଅତିରିକ୍ତ ସିଚବ ତ୍ରିଲୋଚନ ମାଝୀ ଏହି ବିଜ୍ଞପ୍ତି ଜାରି କରିଛନ୍ତି । ବର୍ତ୍ତମାନ କଟକସ୍ଥିତ ଯୋଗାଯୋଗ ବିଭାଗର ଏଡିଜିପି ଦାୟିତ୍ବରେ ଥିଲେ । ତେବେ ଦୟାଲ ଗଙ୍ଗଓ୍ବାରଙ୍କୁ ଗୃହ ବିଭାଗ ଓଏସଡି ଭାବେ ବଦଳି କରାଯାଇଛି ।ଖବର ଅନୁଯାୟୀ, ମେ ୭ ତାରିଖରେ ବାଲିଅନ୍ତା ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ପିଟି ପିଟି ହତ୍ୟା କରିଥିଲେ । ଏହି ମାମଲାରେ ପୋଲିସ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିସାରିଛି । ହେଲେ ଏହି ଘଟଣାରେ ସବୁଠୁ ଅଧିକ ବିବାଦୀୟ ହୋଇପଡିଥିଲେ ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗଓ୍ୱାର । ଏହି ବରିଷ୍ଠ ଆଇପିଏସଙ୍କ ନାଁରେ ପରିବାର ପକ୍ଷରୁ ଆଣିଥିଲେ ସଙ୍ଗୀନ ଅଭିଯୋଗ ।ତେବେ ଏସବୁ ଭିତରେ ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗଓ୍ୱାରଙ୍କୁ ବଦଳି କରାଯାଇଛି ।

You might also like