ଦେବାଶିଷ ସାମନ୍ତରାୟ ଦଳ ଛାଡିବା ପରେ ବିଜେଡି ଉପରେ କୌଣସି ପ୍ରଭାବ ପଡିବନି: ଲେନିନ ମହାନ୍ତି

ରାଜ୍ୟ କାହାଣୀ ( ଭୁବନେଶ୍ଵର)ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷଙ୍କ ଇସ୍ତଫା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।ଦେବାଶିଷ ସାମନ୍ତରାୟ ଦଳ ଛାଡିବା ପରେ ବିଜେଡି ଉପରେ କୌଣସି ପ୍ରଭାବ ପଡିବ ନାହିଁ । ସେ ଦଳରୁ ୫ ଥର ଟିକେଟ ନେଇଛନ୍ତି । ନିଜ ଭୁଲ ପାଇଁ ୨ ଥର ହାରିଛନ୍ତି । ଏବେ ରାଜ୍ୟସଭା ଯାଇଛନ୍ତି । ସେ ନିଜ ସ୍ୱାର୍ଥ ପାଇଁ ଦଳ ଛାଡିଛନ୍ତି । ସେ ଦଳରୁ ଆଉ କେତେ ନେଇଥାନ୍ତେ । ଗତ ୪ ବର୍ଷରେ ଦଳ ପାଇଁ ତାଙ୍କର କୌଣସି ଅବଦାନ ନାହିଁ । ଦଳର ପ୍ରତିକୂଳ ପରିସ୍ଥିତିରେ ସେ ଦଳ ସହ ନାହାନ୍ତି । ସେ ବ୍ୟକ୍ତିଗତ ସ୍ୱାର୍ଥ ଦଳ ଛାଡିଛନ୍ତି । ସୁଚନା ମୁତାବକ ଆଜି ବିଜେଡି ଛାଡ଼ିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ଚିଠିରେ ଦେବାଶିଷ ସାମନ୍ତରାୟ ନିଜର ଅସନ୍ତୋଷ ବ୍ୟକ୍ତ କରି ଅଭିଯୋଗ କରିଛନ୍ତି ଯେ, ଦଳ ଭିତରେ ତାଙ୍କୁ ସୁଚିନ୍ତିତ ଭାବେ ଉପେକ୍ଷା କରାଯାଉଥିଲା । ଦଳର କାର୍ଯ୍ୟକଳାପରୁ ତାଙ୍କୁ ଲାଗିଲା ଯେ, ଦଳକୁ ଆଉ ତାଙ୍କର ସେବା ଆବଶ୍ୟକ ନାହିଁ । ଇସ୍ତଫା ଦେବା ସତ୍ତ୍ୱେ, ତାଙ୍କୁ ରାଜ୍ୟସଭାକୁ ପଠାଇଥିବାରୁ ଏବଂ କଟକ ଜିଲ୍ଲାର ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ।

You might also like