ରାଜ୍ୟରେ ୫୬ଟି ନୂଆ କୋର୍ଟକୁ ମିଳିଲା ଅନୁମୋଦନ

ରାଜ୍ୟ କାହାଣୀ (ଭୁବନେଶ୍ୱର )ରାଜ୍ୟରେ ୫୬ଟି ନୂଆ କୋର୍ଟକୁ ମିଳିଲା ଅନୁମୋଦନ। ମାମଲାର ଶୁଣାଣି ପାଇଁ ସ୍ଥାପନ ହେବ ନୂଆ କୋର୍ଟ। ୨୩ ଜିଲ୍ଲାରେ ସ୍ଥାପନ ହେବ ଏହି ୫୬ଟି ନୂଆ କୋର୍ଟ। ମୟୂରଭଞ୍ଜରେ ସର୍ବାଧିକ ୧୩ଟି କୋର୍ଟ ସ୍ଥାପନ କରାଯିବ। ଏହି ଜିଲ୍ଲାର ବଡ଼ସାହି, ବାଙ୍ଗିରିପୋଷୀ, ଶୁଳିଆପଦା, ଖୁଣ୍ଟା, ଗୋପବନ୍ଧୁ ନଗର, ରାଇରଙ୍ଗପୁର କପ୍ତିପଦା, ସୁକ୍ରୁଲି, ଜାମଦା, ବିଜାତୋଳା, ତିରିଙ୍ଗ ଓ କୁସୁମୀ ଠାରେ ନୂଆ କୋର୍ଟକୁ ଅନୁମୋଦନ ମିଳିଛି।ଏନେଇ ଅନୁମୋଦନ ମିଳିଛି।ଠିକ୍ ସେହିପରି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି ଲେଖାଏଁ ନୂଆକୋର୍ଟ ସ୍ଥାପନ କରାଯିବ। ଏଥିସହ ଓଡ଼ିଶାରେ ସୃଷ୍ଟି ହେବ ୨ଟି ନୂଆ ଓଆଇଏସଏଫ ବାଟାଲିୟନ। ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ତୃତୀୟ ଓ ଚତୁର୍ଥ ବାଟାଲିୟନ ନାମରେ ଏହା ନାମିତ ହେବ। ନୂଆ ୨ଟି ବାଟାଲିୟନରେ ନିଯୁକ୍ତି ପାଇବେ ୧୯୪୪ କର୍ମଚାରୀ।

You might also like