ଆସନ୍ତା ନିର୍ବାଚନରେ ମୁଁ ନେତୃତ୍ୱ ନେବି: ନବୀନ

ଭୁବନେଶ୍ୱର (ରାଜ୍ୟକାହାଣୀ )ବିଜେଡିରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସାମିଲ ହେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା । ଦଳର ଶୀର୍ଷ ନେତୃତ୍ବଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ମିଶିଲେ ସୁଜାତା । ତେବେ ନିର୍ବାଚନକୁ ନେଇ ନବୀନ ପଟ୍ଟନାୟକ ବଡ଼ ବୟାନ ଦେଇଛନ୍ତି । ସୁଜାତା ଜଣେ ସାଧାରଣ କର୍ମୀ ଭାବେ ଦଳରେ ମିଶିଲେ । ମୋ ନେତୃତ୍ୱରେ ୨୦୨୯ରେ ନିର୍ବାଚନ ଲଢ଼ିବ ବିଜେଡି । ନବୀନ ପଟ୍ଟନାୟକ ସ୍ପଷ୍ଟ କଲେ ଯେ ଆଗାମୀ ନିର୍ମାଚନ ନବୀନଙ୍କ ନେତୃତ୍ବରେ ଦଳ ଲଢିବ ।ଏହି ଘୋଷଣା ମାଧ୍ୟମରେ ସେ ନିଜର ଅବସର କିମ୍ବା ଉତ୍ତରାଧିକାରୀ ଚୟନକୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି।ନବୀନ ନିଜେ ନିର୍ବାଚନ ଲଢ଼ିବା କଥା କହି ବିରୋଧୀଙ୍କୁ ମଧ୍ୟ ଏକ କଡ଼ା ବାର୍ତ୍ତା ଦେଇଛନ୍ତି ଯେ, ବିଜେଡିର ମଙ୍ଗ ଏବେ ମଧ୍ୟ ତାଙ୍କରି ହାତରେ ସୁରକ୍ଷିତ । ନବୀନଙ୍କ ଏହି ଆଭିମୁଖ୍ୟ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିଥିବା ବେଳେ ରାଜନୈତିକ ସମୀକ୍ଷକଙ୍କୁ ପୁଣି ଥରେ ଚିନ୍ତା କରିବାକୁ ଖୋରାକ ଦେଇଛି।

You might also like