ବଜାରକୁ ଆସିଲା ଜିନ୍ଦଲ ପ୍ୟାନ୍ଥର ଭାରି ଚାହିଦା କୋଟେଡ୍ ଷ୍ଟିଲ
ଭୁବନେଶ୍ୱର, ରାଜ୍ୟ କାହାଣୀ- ଜିନ୍ଦଲଷ୍ଟିଲ ବୁଧବାର ଆୟୋଜିତ ରଙ୍ଗୋତ୍ସବକାର୍ଯ୍ୟକ୍ରମରେ ବଜାରକୁ ପ୍ରବେଶ କରାଇଛି ‘ ଜିନ୍ଦଲ ପ୍ୟାନ୍ଥର କୋଟେଡ୍ଷ୍ଟିଲ୍’। ଦେଶରସର୍ବାଧକ ଚଉଡ଼ା ୧୬୫୦ ମିଲିମିଟର ପ୍ରସ୍ଥବିଶିଷ୍ଟ ଏହି ନୂଆ ପିଢ଼ିର ଉତ୍ପାଦ ସମୂହକୁପରିବର୍ତ୍ତିତ ନିର୍ମାଣ ଚାହିଦାକୁ ଧ୍ୟାନରେ ରଖିପ୍ରସ୍ତୁତ କରାଯାଇଛି । ଛାତ ନିର୍ମାଣ, କାନ୍ଥଆବରଣ, ଶିଳ୍ପ ଓ ବାଣିଜ୍ୟିକ ପ୍ରତିଷ୍ଠାନଏବଂ ଆବାସିକ ନିର୍ମାଣ ପାଇଁ ଏହି ଉତ୍ପାଦଉପଯୋଗୀ ହେବ ।ଜିନ୍ଦଲ ପ୍ୟାନ୍ସର କୋଟେଡ୍ ଷ୍ଟିଲଉତ୍ପାଦ ମଧ୍ଯରେ ରଙ୍ଗୀନ ଆବରଣଯୁକ୍ତଇସ୍ପାତ କଏଲ ପ୍ୟାନ୍ଥର ପ୍ରାଇମ୍ କଲରଫ୍ଲସ, କଲର ପ୍ରୋ ପ୍ଲସ୍, କଲର ପ୍ରୋ,କଲର ପ୍ରୋ କ୍ଳାସିକ, ଧାତବ ଆବରଣ ଯୁକ୍ତଇସ୍ପାତ କଏଲ୍ ପ୍ୟାନ୍ଥର ସିଲଭର୍ଟୋନ ପ୍ଲସ,ଭାଲ୍ୟୁ ଆଡେଡ୍ ଉତ୍ପାଦଉପରେ ଫୋକସସିଲଭର୍ଟୋନ୍, ସିଲଭର୍ଟୋନ୍ କ୍ଲାସିକ,ନିର୍ମାଣ ସାମଗ୍ରୀ ପ୍ୟାନ୍ଥର ପ୍ରୋଫେକ୍ଟ ଏବଂଥର୍ମୋସୋନିକ ଭଳି ବ୍ରାଣ୍ଡ୍ର ଉତ୍ପାଦ ରହିଛି।ଏ ଅବସରରେ ଜିନ୍ଦଲ ଷ୍ଟିଲରପରିଚାଳନା ନିର୍ଦ୍ଦେଶକ ଭି ଆର ଶର୍ମାପ୍ରତ୍ୟୁଷା କୁ କହିଛନ୍ତି ଯେ, ଜିନ୍ଦଲପ୍ୟାନ୍ସର ବ୍ରାଣ୍ଡ ଉଚ୍ଚ ମୂଲ୍ୟଯୁକ୍ତ ଡାଉନ ଷ୍ଟ୍ରିମନିର୍ମାଣ ସମାଧାନ କ୍ଷେତ୍ରକୁ ସମ୍ପ୍ରସାରଣ୧୫ ହଜାର କୋଟିନିବେଶ ଲକ୍ଷ୍ୟକରାଯାଇଛି। ଏହି ଉତ୍ପାଦରେ ଗ୍ରାହକସର୍ବୋତ୍ତମ ଗୁଣବତ୍ତା, କାର୍ଯ୍ୟଦକ୍ଷତା,ବିଶ୍ୱସନୀୟତାର ସମ୍ମିଶ୍ରଣ ପାଇବେ । ଦେଶରବର୍ଦ୍ଧିତ ଭିଭିଭୂମି, ଶିଳ୍ପ, ବାଣିଜ୍ୟିକ ଏବଂଆବାସିକ ନିର୍ମାଣ କ୍ଷେତ୍ରର ଆବଶ୍ୟକତାକୁଏହା ପୂରଣ କରିବ। ଦେଶର ଚାହିଦା ସହଏହାକୁ ରପ୍ତାନି ମଧ୍ଯ କରାଯିବ । ରଙ୍ଗୋତ୍ସବଉତ୍ସବ ଅବସରରେ ନୂଆ ଉତ୍ପାଦର ଶୁଭାରମ୍ଭଡାଉନଷ୍ଟ୍ରିମ କୋଟେଡ୍ ଷ୍ଟିଲ କ୍ଷେତ୍ରରେବଜାର ଉପସ୍ଥିତି ଦୃଢ଼ କରିବା ଗ୍ରାହକଓ ବାଣିଜ୍ୟିକ ସହଯୋଗୀଙ୍କ ସହ ସମ୍ପର୍କଦୃଢ଼ୀକରଣ କରିବାରେ ସହାୟକ ହେବ।କମ୍ପାନି ରାଜ୍ୟର ଅନୁଗୁଳ ସ୍ଥିତୟୁନିଟରେ ୨୧ ହଜାର କୋଟି ଟଙ୍କା ନିବେଶକରିଛି I ମୋଟ୍ ଉତ୍ପାଦନ କ୍ଷମତାକୁ ୧୫.୫ନିୟୁତ ଟନ୍ରୁ ୨୦ ନିୟୁତ ଟକୁ ବୃଦ୍ଧିକରିବା ଯୋଜନା ରହିଛି ।