ନେପାଳ ପରେ ସମସ୍ତୀପୁରରେ ଭୂମିକମ୍ପ ଝଟକା

ମଙ୍ଗଳବାର ସକାଳେ ନେପାଳର କୋଶୀ ପ୍ରଦେଶରେ ୫.୩ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ନେପାଳର ‘ଲେଲେପ’ (Lelep) ଅଞ୍ଚଳରେ ଥିଲା ଏବଂ ଏହାର ଗଭୀରତା ୧୦ କିଲୋମିଟର ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ, ଭାରତର ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ, ଏହି ଭୂକମ୍ପର ତୀବ୍ରତା ୫.୩ ଥିବାବେଳେ ଏହାର ଗଭୀରତା ୨୦ କିଲୋମିଟର ରହିଥିଲା।ବିହାରର ସମସ୍ତୀପୁରରେ ଆଜି ସକାଳେ ଭୂମିକମ୍ପର ଝଟକା ଲାଗିଛି । ପ୍ରାୟ ୨ ସେକେଣ୍ଡ ଧରି ମାଟି ଥରି ଉଠିଥିଲା । ଯାହା ପରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ । ଅନେକ ବର୍ଷ ପରେ ସମସ୍ତୀପୁରରେ ଝଟକା ଲାଗିଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ତେବେ ପ୍ରଥମେ ଭୂକମ୍ପ ବୋଲି ଲୋକେ ସହଜରେ ଜାଣି ପାରିନଥିଲେ । କିନ୍ତୁ ଜାଣିବା ପରେ ଘରୁ ବାହାରକୁ ଚାଲି ଆସିଥିବା ଦେଖିବାକୁ ମିଳିଛି ।ଭୁଟାନ, ବାଂଲାଦେଶ ଓ ଚୀନର କେତେକ ଅଞ୍ଚଳରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିବା ରିପୋର୍ଟ ମିଳିଛି। ତେବେ ଭୂକମ୍ପ ଯୋଗୁଁ ମୃତାହତ କିମ୍ବା ଧନସମ୍ପତ୍ତି କ୍ଷୟକ୍ଷତି ନେଇ ଏଯାଏ କୌଣସି ସୂଚନା ମିଳିନାହିଁ ।

You might also like