ପାଣି,ବିସ୍କୁଟ୍,ହଳଦୀ-ଲଙ୍କା ଗୁଣ୍ଡ ସବୁ ଭେଜାଲ୍,୫ କମ୍ପାନି ଉପରେ FSSAIର ଛାଟ

ବ୍ରାଣ୍ଡେଡ୍ ପାଣି କମ୍ପାନି ବିସଲେରି ସମେତ ୫ଟି ଖାଦ୍ୟ କମ୍ପାନି ବିରୋଧରେ ମାମଲା ରୁଜୁ କରିବାକୁ ମଞ୍ଜୁରୀ ଦେଇଛି FSSAI । ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କୁକିଜ୍ ଏବଂ ଅଖରୋଟ୍ ଭଳି ଖାଦ୍ୟ ସାମଗ୍ରୀର ନମୁନା ଯାଞ୍ଚ ସମୟରେ ଅସୁରକ୍ଷିତ ଓ ନିର୍ଦ୍ଧାରିତ ମାନଦଣ୍ଡଠାରୁ କମ୍ ଥିବା ଜଣାପଡ଼ିଥିଲା । ଏହା ସହିତ ଖାଦ୍ୟ ସୁରକ୍ଷା ଓ ସ୍ୱଚ୍ଛତା ନିୟମ ଉଲ୍ଲଂଘନ ଅଭିଯୋଗରେ ଆଉ ଦୁଇଟି କମ୍ପାନୀର ଲାଇସେନ୍ସ ମଧ୍ୟ ନିଲମ୍ବନ କରାଯାଇଛି । ସେହି କମ୍ପାନୀ ହେଲେ ବସନ୍ତ ମସାଲା ପ୍ରାଇଭେଟ୍ ଲିମିଟେଡ୍ ଏବଂ ଟିଟ୍-ବିଟ୍ ଫୁଡ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ |ସେମିତି ଅଖରୋଟ ଗୁଣ୍ଡ ନିମ୍ନମାନର ଏବଂ ଅସୁରକ୍ଷିତ ବୋଲି ଚିହ୍ନଟ ହୋଇଛି ମିମାଂସା ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଚକୋଲେଟ୍ ଭରା କୁକିଜ୍‌ରେ ଚିନି ପରିମାଣକୁ ନେଇ ଭୁଲ୍ ସୂଚନା ଏବଂ ନିମ୍ନମାନର ଉତ୍ପାଦ ପାଇଁ ଆଶା କନ୍‌ଫେକ୍ସନେରୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପରିମଳ ବ୍ୟବସ୍ଥାରେ ତ୍ରୁଟି ଏବଂ ରିପ୍ୟାକିଂ ସମସ୍ୟା କାରଣରୁ ଉର୍ମି ଲାଇଫ୍‌ସାଇନ୍ସେସ୍ LLP ଏବଂ ଗୌର ଆୟୁର୍ବେଦିକ ଷ୍ଟୋର୍ର ଲାଇସେନ୍ସକୁ ମଧ୍ୟ ନିଲମ୍ବିତ କରାଯାଇଛି।ଅନ୍ୟପକ୍ଷରେ ଗୌର ଆୟୁର୍ବେଦିକ୍ ଷ୍ଟୋର ନିଜ ଲାଇସେନ୍ସରେ ଅନ୍ତର୍ଭୁକ୍ତ ନଥିବା ସାମଗ୍ରୀକୁ ମଧ୍ୟ ପ୍ୟାକ୍ କରି ବିକ୍ରି କରୁଥିଲା । ଏପରିକି FSSAI ଲାଇସେନ୍ସ ଥିବା ପ୍ୟାକେଟ୍‌ରେ କପର ସଲଫେଟ୍ ବିକ୍ରି କରାଯାଉଥିବା ଜଣାପଡ଼ିଥିଲା । ଆବଶ୍ୟକ ଦସ୍ତାବିଜ୍‌ର ଅଭାବ ସହ ସ୍ୱଚ୍ଛତା ଓ ବାୟୁ ଚଳାଚଳ ବ୍ୟବସ୍ଥାରେ ତ୍ରୁଟି ଥିବାରୁ ଏହି ଷ୍ଟୋରର ଲାଇସେନ୍ସ ମଧ୍ୟ ନିଲମ୍ବନ କରାଯାଇଛି ।ଅନ୍ୟପକ୍ଷରେ ବିସଲେରି କମ୍ପାନିର କହିବାନୁସାରେ ଯେଉଁ ସାମ୍ପଲର ଯାଞ୍ଚକୁ ନେଇ ପ୍ରଶ୍ନ ଉଠୁଛି ତାହା ୧୪ ମାସ ପୁରୁଣା ମାମଲା । FSSAI ପକ୍ଷରୁ କମ୍ପାନିକୁ କୌଣସି ନୋଟିସ୍ ପଠାଯାଇନାହିଁ । ଏହି ମାମଲା ୨୦୨୫ରେ ଗୋଆ ସ୍ଥିତ ବିସଲେରି କମ୍ପାନିର ଭୁଲ୍ ଯୋଗୁଁ ହୋଇଥିଲା ଯାହାକୁ ତୁରନ୍ତ ସୁଧାର କରାଯାଇଥିଲା ।

You might also like