ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ ନେଇ ବଡ଼ ଘୋଷଣା କଲେ ଶୁଭେନ୍ଦୁ ସରକାର

ବଦଳିବ ପଶ୍ଚିମବଙ୍ଗର ନାମ । ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ ନେଇ ବଡ଼ ଘୋଷଣା କରିଛନ୍ତି ଶୁଭେନ୍ଦୁ ସରକାର । ରାଜ୍ୟର ନାମ ବଦଳାଇ ପଶ୍ଚିମ ବଙ୍ଗ (Paschim Banga) ରଖିବାକୁ ସରକାର ନିଷ୍ପତ୍ତି ନେଇଥିବା ନେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଛନ୍ତି । ଏହି ନୂଆ ନାମକୁ ଇଂରାଜୀରେ ମଧ୍ୟ ‘Paschim Banga’ ଲେଖାଯିବ ।ଡିସେମ୍ବର ୯ ତାରିଖରେ ଏନେଇ ବିଧାନସଭାରେ ଏକ ପ୍ରସ୍ତାବ ଆଗତ କରାଯିବ । ବିଧାନସଭାରେ ପ୍ରସ୍ତାବଟି ପାରିତ ହେବା ପରେ ଏହାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ । ପରବର୍ତ୍ତୀ ସମୟରେ ସଂସଦରେ ଏହା ଉପସ୍ଥାପନ ହେବ । ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଥିବା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ।

You might also like