ନନ୍ଦନକାନନରୁ ଆସିଲା ଖୁସି ଖବର; ସୁସ୍ଥ ହେଲେ ୫ ଓରାଙ୍ଗଉଟାନ ଶାବକ
ଭୁବନେଶ୍ୱର ( ରାଜ୍ୟକାହାଣୀ )ନନ୍ଦନକାନନରୁ ଆସିଲା ଖୁସି ଖବର। ସୁସ୍ଥ ହେଲେ ୫ ଓରାଙ୍ଗଉଟାନ ଶାବକ।୫ ଓରାଙ୍ଗଉଟାନ ଶାବକ ରକ୍ତହୀନତା ସମସ୍ୟାରେ ପୀଡ଼ିତ ଥିଲେ। ସେମାନଙ୍କ ହେମୋଗ୍ଲୋବିନ ସ୍ତର ମାତ୍ର ୪ ରହିଥିଲା। ତେବେ ନିୟମିତ ଚିକିତ୍ସା, ଯତ୍ନ ଏବଂ ପୋଷଣଯୁକ୍ତ ଖାଦ୍ୟ ଯୋଗାଣ ପରେ ଏବେ ହେମୋଗ୍ଲୋବିନ ସ୍ତର ୧୧ରେ ପହଞ୍ଚିଛି। ଏହା ସେମାନଙ୍କ ସ୍ୱାସ୍ଥ୍ୟରେ ଉଲ୍ଲେଖନୀୟ ସୁଧାର ଆସିଥିବା ସୂଚାଉଛି।ଶୀତ ଋତୁକୁ ଦୃଷ୍ଟିରେ ରଖି ଓରାଙ୍ଗଉଟାନ ଶାବକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୂର୍ବାପେକ୍ଷା ସେମାନେ ଅଧିକ ଆକ୍ଟିଭ ରହିଛନ୍ତି । ଶୀତ ଋତୁକୁ ଦୃଷ୍ଟିରେ ରଖି ସେମାନେ ରହୁଥିବା ରୁମ୍ ମଧ୍ୟରେ ହିଟର ବ୍ୟବସ୍ଥା କରାଯିବ । ତାପମାତ୍ରା ନିୟନ୍ତ୍ରଣ ମଧ୍ୟ କରାଯିବ । ସେମାନଙ୍କ ଖାଦ୍ୟରେ ମଧ୍ୟ କିଛିଟା ପରିବର୍ତ୍ତନ କରାଯାଇଛି ।ଏହାସହ ଶାବକମାନଙ୍କୁ ନିୟମିତ ଖରାରେ ବସାଇବାର ବ୍ୟବସ୍ଥା ହୋଇଛି। ଏହାଦ୍ୱାରା ସେମାନଙ୍କ ଶାରୀରିକ ବିକାଶ ଏବଂ ସ୍ୱାସ୍ଥ୍ୟରେ ଆହୁରି ଉନ୍ନତି ଆସିବ ବୋଲି ଆଶା ରହିଛି।ଡିସେମ୍ବରରେ ସରିବ କ୍ୱାରେଣ୍ଟାଇନ୍ ଅବଧି
ଏହି ୫ ଶାବକଙ୍କ ୯୦ ଦିନିଆ କ୍ୱାରେଣ୍ଟାଇନ୍ ଅବଧି ଆସନ୍ତା ଡିସେମ୍ବରରେ ଶେଷ ହେବ। ଏହାପରେ ବିଶେଷଜ୍ଞ କମିଟିଙ୍କ ପରାମର୍ଶ ଅନୁଯାୟୀ ସେମାନଙ୍କୁ ବଡ଼ ଏନକ୍ଲୋଜରକୁ ସ୍ଥାନାନ୍ତର କରାଯିବ। ତେବେ ପର୍ଯ୍ୟଟକମାନେ କେବେ ଏହି ଶାବକମାନଙ୍କୁ ଦେଖିବାର ସୁଯୋଗ ପାଇବେ, ତାହା ଏବେ ଅନୁମତି ଉପରେ ନିର୍ଭର କରୁଛି।