୨୦ ଯାଏଁ ବନ୍ଦ ରହିବ ବେଳାଭୂମି ଓ ପର୍ଯ୍ୟଟନ କେନ୍ଦ୍ର, SRCଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର ( ରାଜ୍ୟକାହାଣୀ )ମାଡି ଆସୁଛି ଅକବାନ। ବାତ୍ୟା ଓଡିଶା ମୁହାଁ ନେଇ ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ। ଏଥର ବାତ୍ୟା ପ୍ରଭାବରୁ ପର୍ଯ୍ୟଟକ ଓ ଯାତ୍ରୀଙ୍କୁ ସୁରକ୍ଷିତ ରଖିବାକୁ ନିଆଯାଇଛି ବଡ଼ ପଦକ୍ଷେପ। ଆସନ୍ତା ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ବେଳାଭୂମି ଏବଂ ପର୍ଯ୍ୟଟନ କେନ୍ଦ୍ର ବନ୍ଦ ରଖିବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର (SRC)।ବାତ୍ୟା ସମୟରେ ସମୁଦ୍ର ଅଶାନ୍ତ ହେବା ସହ ପ୍ରବଳ ପବନ ଓ ବର୍ଷାର ଆଶଙ୍କା ରହିଥିବାରୁ ବେଳାଭୂମିକୁ ପର୍ଯ୍ୟଟକଙ୍କ ଯାତାୟାତ ଉପରେ ରୋକ୍‌ ଲଗାଇବାକୁ କୁହାଯାଇଛି। ଅନାବଶ୍ୟକ ଭାବେ ସମୁଦ୍ର କୂଳକୁ ନଯିବା ପାଇଁ ମଧ୍ୟ ସତର୍କ କରାଯାଇଛି।

କେବଳ ବେଳାଭୂମି ନୁହେଁ, ରାସ୍ତାଘାଟର ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ରାଜପଥରେ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହ ଆବଶ୍ୟକ ସ୍ଥାନରେ ବ୍ୟାରିକେଡ୍‌ ଲଗାଇବାକୁ SRC ପରାମର୍ଶ ଦେଇଛନ୍ତି। ଏଥିସହ ଯାତ୍ରୀ ଓ ଗାଡ଼ି ଚାଳକଙ୍କୁ ସତର୍କ କରିବା ପାଇଁ ବିଭିନ୍ନ ସ୍ଥାନରେ ସତର୍କତା ସୂଚନା ଫଳକ ଲଗାଇବାକୁ ନିର୍ଦ୍ଦେଶ ରହିଛି। ଅନ୍ୟପଟେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ୪ ଦିନ ଦର୍ଶନ ବନ୍ଦ। ଅତ୍ୟଧିକ ବର୍ଷା ଆଶଙ୍କାରେ ୧୯ରୁ ୨୧ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ନିକଟସ୍ଥ ଶରଧାବାଲିରେ ମଧ୍ୟ ପ୍ରବେଶ ବନ୍ଦ ରଖାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି ହୋଇଛି।

You might also like