ଆସନ୍ତାକାଲି ୪୫ ମିନିଟ୍ ପାଇଁ ବନ୍ଦ ରହିବ UPI ସେବା, ହେବନି କୌଣସି ଦେଣନେଣ

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (SBI) ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା। ଆସନ୍ତା ନଭେମ୍ବର ୧୯ ତାରିଖରେ ପ୍ରାୟ ୪୫ ମିନିଟ୍‌ ପାଇଁ ବ୍ୟାଙ୍କର UPI ସେବା ଅସ୍ଥାୟୀ ଭାବେ ବନ୍ଦ ରହିବ । ନିର୍ଦ୍ଧାରିତ ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ ଏହି ସେବା ବନ୍ଦ ରଖାଯିବ ବୋଲି ବ୍ୟାଙ୍କ ପକ୍ଷରୁ ସୋସିଆଲ ମିଡିଆ ଜରିଆରେ ସୂଚନା ଦିଆଯାଇଛି।ତେଣୁ ଯେଉଁ ଗ୍ରାହକମାନେ ନିୟମିତ UPI ମାଧ୍ୟମରେ ଟଙ୍କା ପଠାନ୍ତି କିମ୍ବା ପେମେଣ୍ଟ କରନ୍ତି, ସେମାନେ ଏହି ସମୟକୁ ଧ୍ୟାନରେ ରଖିବା ଜରୁରୀ।SBIର ସୂଚନା ଅନୁସାରେ ୍ଆସନ୍ତା କାଲି ଅପରାହ୍ନ ୧ଟା ୧୫ ମିନିଟ୍‌ରୁ ୨ଟା ପର୍ଯ୍ୟନ୍ତ UPI ସେବା ଅସ୍ଥାୟୀ ଭାବେ ଉପଲବ୍ଧ ରହିବ ନାହିଁ। ବ୍ୟାଙ୍କର ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଏହି ବ୍ୟବସ୍ଥା କରାଯାଇଛି। SBI ନିଜର ଅଫିସିଆଲ୍ X ଆକାଉଣ୍ଟରେ ପୋଷ୍ଟ କରି ଗ୍ରାହକଙ୍କୁ ଏହି ସୂଚନା ଦେଇଛି। ତେବେ ରକ୍ଷଣାବେକ୍ଷଣ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ମଧ୍ୟ ଶେଷ ହୋଇପାରେ ବୋଲି ବ୍ୟାଙ୍କ କହିଛି।ଏହି ସମୟରେ ଗ୍ରାହକମାନେ UPI Lite ସେବା ବ୍ୟବହାର କରିପାରିବେ। ଏହା ଛୋଟ ଛୋଟ ଟଙ୍କାର କାରବାର ପାଇଁ ଉଦ୍ଦିଷ୍ଟ। ଏଥିରେ ଗ୍ରାହକ ନିଜ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା UPI Lite ୱାଲେଟ୍‌ରେ ରଖିପାରିବେ ଏବଂ ସେହି ବାଲାନ୍ସରୁ ପ୍ରତିଥର UPI PIN ଦେବା ବିନା ପେମେଣ୍ଟ କରିପାରିବେ।ତେଣୁ SBI ଗ୍ରାହକମାନେ ଆସନ୍ତା କାଲି ଅପରାହ୍ନ ୧ଟା ୧୫ରୁ ୨ଟା ମଧ୍ୟରେ ଜରୁରୀ UPI କାରବାର ନକରିବାକୁ ଯୋଜନା କରନ୍ତୁ। ଏହି ସମୟ ପରେ UPI ସେବା ପୁଣି ସ୍ୱାଭାବିକ ହେବ ବୋଲି ବ୍ୟାଙ୍କ ସୂଚନା ଦେଇଛି।

You might also like