ଭାଙ୍ଗିଲା ସବୁ ରେକର୍ଡ । ହୁ ହୁ ହୋଇ ବଢି ଚାଲିଛି ସୁନା ଦର

ଭାଙ୍ଗିଲା ସବୁ ରେକର୍ଡ । ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ପୁଣି ଲକ୍ଷେ ଟଙ୍କା ଅତିକ୍ରମ କରିବା ସହ ନିୟମିତ ବଢୁଛି ଦାମ୍‌ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୦୧.୨୯୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୨ ,୮୫୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧, ୦୧,୨୯୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୨ ହଜାର ୮୫୦ ଟଙ୍କାକୁ ପହଞ୍ଚିଛି ।୧୮ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୭୫,୯୭୦ ଟଙ୍କା ରହିଛି । ଗତକାଲି ୭୫,୧୧୦ ଟଙ୍କା ଥିଲା । ଏଥିରେ ୮୬୦ ଟଙ୍କା ବୃଦ୍ଧି ହୋଇଛି ।ସେହିପରି ରୁପା ଦାମ୍‌ ମଧ୍ୟ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୨,୮୦୦ ଟଙ୍କା ରହିଛି । ଗତକାଲି ୧୨,୬୦୦ ଥିଲା । ଏଥିରେ ୨୦୦ ଟଙ୍କା ବୃଦ୍ଧି ହୋଇଛି ।

You might also like