ଦୁର୍ବଳ ହେଉଛି ‘ଡିପ୍ରେସନ’, ଆଜି ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ଵର (ରାଜ୍ୟ କାହାଣୀ ) ଛତିଶଗଡ଼ରେ ସକ୍ରିୟ ଅବପାତ । ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଏହା ଡିପ୍ରେସନ ରୂପରେ ରହିବ । ପରବର୍ତ୍ତୀ ୧୨ ଘଣ୍ଟାରେ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ । ରାଜ୍ୟରେ ଏହାର ପ୍ରକୋପ ଜାରି ରହିଛି ।ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।ରାଜ୍ୟ କର୍ତ୍ତୃପକ୍ଷ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ହାଇ ଆଲର୍ଟ ଜାରି ରଖିଛନ୍ତି, ତଳିଆ ନଦୀକୂଳ ଅଞ୍ଚଳର ବାସିନ୍ଦାଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । ରବିବାର ପରଠାରୁ ପାଗରେ ପରିବର୍ତ୍ତନ ହେବ । ମାତ୍ର ଉତ୍ତର ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ।

You might also like