ପେଟ୍ରୋଲ୍ ପମ୍ପରେ ବିସ୍ଫୋରଣ । ଚାଲିଗଲା ଜଣଙ୍କର ଜୀବନ

ଭୁବନେଶ୍ୱର ( ରାଜ୍ୟକାହାଣୀ )୧୯ ନଂ ରାଜ୍ୟ ରାଜପଥ ନୀଳଗିରି ଏନ.ଏ.ସି ଅଧିନ ବାଲିଗୋହିରି ସ୍ଥିତ ପେଟ୍ରୋଲ ପମ୍ପରେ ବଡଧରଣର ବିସ୍ଫୋରଣ ହୋଇଛି । ଏହି ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।ତେବେ, କେଉଁ ପରିସ୍ଥିତିରେ କିଭଳି ବିସ୍ଫୋରଣ ହେଲା ସ୍ପଷ୍ଟ ହୋଇ ନାହିଁ । ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।ଗତ କିଛିଦିନ ହେବ ପେଟ୍ରୋଲ ପମ୍ପର ନବୀକରଣ କାର୍ଯ୍ୟ ଜାରି ରହିଥିବାବେଳେ ବୁଧବାର ସକାଳେ ଟାଙ୍କି କାମ ଚାଲିଥିଲା। ସେହି ସମୟରେ ହଠାତ ପେଟ୍ରୋଲ ପମ୍ପ ପାଖରେ ଥିବା ତେଲ ଟାଙ୍କି ବିସ୍ଫୋରଣ ହୋଇଥିଲା। ସେଠାରେ ଉପସ୍ଥିତ ଥିବା ପେଟ୍ରୋଲ ପମ୍ପର କର୍ମଚାରୀ ବିରେନ୍ଦ୍ର ସିଂହ(୬୨)ଙ୍କ ବିସ୍ଫୋରଣରେ ମୃତ୍ୟୁ ହୋଇଛି ।ଘଟଣା ପରେ ଟାଙ୍କି ମାଲିକ ଦୀପ୍ତି କାନ୍ତ ମହାପାତ୍ର, ମ୍ୟାନେଜର କମଳାଲୋଚନ ନାୟକ, ଗ୍ୟାସ୍ କଟର କର୍ମଚାରୀ ୨ଜଣଙ୍କୁ ଉଠାଇ ନେଇଛି ପୋଲିସ । ଘଟଣାପରେ ପେଟ୍ରୋଲ ପମ୍ପରେ ଉତ୍ତେଜନା ଲାଗି ରହିଥିବାବେଳେ ଉତ୍ୟକ୍ତ ଲୋକେ ନ୍ୟାୟ ଦାବିରେ ଭଙ୍ଗାରୁଜା କରିଛନ୍ତି ।

You might also like