ଫ୍ଲାଏଦୁବାଇ କ୍ୟାପଟେନ୍ ସ୍ମିତ ମଚ୍ଛାରଙ୍କୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ

ଫ୍ଲାଏଦୁବାଇ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ୍ ଅଲ୍ ନାହୟାନ୍ ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଜାଏଦ୍-୨’ ପ୍ରଦାନ କରିଛନ୍ତି। ତାଙ୍କ ଅଦମ୍ୟ ସାହସ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି। ଉଲ୍ଲେଖନୀୟ ଯେ, ବିମାନରେ ଏକ ଜରୁରୀକାଳୀନ ପରିସ୍ଥିତି ସମୟରେ ଅସାଧାରଣ ସାହସିକତା ପ୍ରଦର୍ଶନ କରିଥିବାରୁ ୟୁଏଇ ପକ୍ଷରୁ କ୍ୟାପଟେନ ସ୍ମିତ ମଚ୍ଛାର ଏବଂ ‘ଫ୍ଲାଏଦୁବାଇ’ର କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଛି। କକପିଟ (cockpit) ଭିତରେ ହୋଇଥିବା ଏକ ଆକ୍ରମଣରେ ଗୁରୁତର ଆହତ ହେବା ସତ୍ତ୍ୱେ, ପରିସ୍ଥିତିକୁ ସମ୍ଭାଳି ରଖିଥିବା କ୍ୟାପଟେନ ମଚ୍ଛାରଙ୍କ ଏହି ସାହସିକତାକୁ ବିଶ୍ୱବ୍ୟାପୀ ପ୍ରଶଂସା କରାଯାଇଛି।ୟୁଏଇ (UAE) ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହ୍ୟାନ କ୍ରୁ ସଦସ୍ୟମାନଙ୍କୁ ‘ଅର୍ଡର ଅଫ ଜାୟେଦ ଦ୍ୱିତୀୟ (ପ୍ରଥମ ଶ୍ରେଣୀ)’ ସମ୍ମାନରେ ସମ୍ମାନିତ କରିଛନ୍ତି। ଏହି ପୁରସ୍କାର ସେମାନଙ୍କ ସାହସ, କର୍ତ୍ତବ୍ୟ ପ୍ରତି ନିଷ୍ଠା ଏବଂ ସଙ୍କଟ ସମୟରେ ଯାତ୍ରୀମାନଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ କରାଯାଇଥିବା ପ୍ରୟାସର ସ୍ବୀକୃତି ସ୍ବରୂପ ପ୍ରଦାନ କରାଯାଇଛି।ଏହା ୟୁଏଇର ଏକ ମର୍ଯ୍ୟାଦାଜନକ ନାଗରିକ ଏବଂ ସାମରିକ ସମ୍ମାନ। ଏହା ଦେଶ ଏବଂ ସମାଜ ପାଇଁ ଅସାଧାରଣ, ସାହସିକ ଏବଂ ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଇଥାଏ।କ୍ୟାପଟେନ୍ ସ୍ମିତଙ୍କ ସାହସ କେବଳ ତାଙ୍କର ବ୍ୟକ୍ତିଗତ ଆଗ୍ରହ ଏବଂ ସମର୍ପଣର ପ୍ରତୀକ ନୁହେଁ, ବରଂ ସମଗ୍ର ବିମାନ ଚଳାଚଳ ଜଗତ ପାଇଁ ଏକ ପ୍ରେରଣା ପାଲଟିଛି।

You might also like