ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର କ୍ୟାବିନେଟ୍ ସଚିବ ! ସୂଚନା ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର ( ରାଜ୍ୟକାହାଣୀ )ବାତ୍ୟା ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର କ୍ୟାବିନେଟ୍ ସଚିବ । ଓଡ଼ିଶାରେ ବାତ୍ୟାକୁ ନେଇ କିପରି ରହିଛି ପ୍ରସ୍ତୁତି । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଠାରୁ ବୁଝିଲେ କେନ୍ଦ୍ର କ୍ୟାବିନେଟ ସଚିବ । ତେବେ ବଙ୍ଗୋପସାଗରରେ ଗଭୀର ଅବପାତ ନେଲା ବାତ୍ୟାର ରୂପ। ‘ବାତ୍ୟା ପ୍ରଭାବରେ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ, ପବନର ବେଗ ରହିବ ନାହିଁ। ୨୮ ତାରିଖ ଯାଏଁ ଦକ୍ଷିଣ ଓଡ଼ିଶାରେ ପ୍ରଭାବ ରହିବ| ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ଓଡ଼ିଶାରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି । ଦକ୍ଷିଣ ଓଡ଼ିଶା ଆମର ପ୍ରଭାବିତ ହେବ । ସେଥିପାଇଁ ବରିଷ୍ଟ ଅଧିକାରୀଙ୍କୁ ମଧ୍ୟ ମୁକାବିଲା ପାଇଁ ପଠାଯାଇଛି । ବିଦ୍ୟୁତ୍, ଜଳ ସମ୍ପଦ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଷ୍ଟଗାର୍ଡ ପକ୍ଷରୁ ସମସ୍ତ ମତ୍ସ୍ୟଜୀବୀଙ୍କ ଉପରେ ନଜର ରଖାଯାଇଛି। ଏପିରିକି ସମସ୍ତ ମତ୍ସ୍ୟଜୀବୀମାନେ ସମୁଦ୍ରରୁ ବାହାରିଥିବା ନିଶ୍ଚିତ କରାଯାଇଛି ।ବାତ୍ୟା ଲ୍ୟାଣ୍ଡଫଲ କରିବା ପରେ ରିକର୍ଭ କରି ଛତିଶଗଡ଼ ଯିବ । ବସ୍ତର ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

You might also like