ସମ୍ଭାବ୍ୟ ବାତ୍ୟା ଆଶଙ୍କା : ଓଡ଼ିଶାକୁ ୩ ଦିନ ଧରି ପ୍ରବଳରୁ ଅତିପ୍ରବଳ ବର୍ଷା ହେବ 

ଭୁବନେଶ୍ଵର (ରାଜ୍ୟ କାହାଣୀ)ବଙ୍ଗୋପସାଗରରେ ଆସୁଛି ବାତ୍ୟା ।ଓଡ଼ିଶାକୁ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି  ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ସାଙ୍ଗକୁ ପବନ ଭୟ ରହିଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପୂର୍ବାନୁମାନ ଅନୁସାରେ, ୨୬ରୁ ରାଜ୍ୟରେ ଆରମ୍ଭହେବ ହାଲୁକାରୁ ମଧ୍ୟମ ବର୍ଷା । ୨୭ରୁ ବଢ଼ିବ କୋପ। ୨୭ ଓ ୨୮ରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ସ୍ଥାନେ ସ୍ଥାନେ ୨ ଶହ ମିଲିମିଟରରୁ ୩ ଶହ ମିମି ପର୍ଯ୍ୟନ୍ତ ଭୟାନକ ବର୍ଷା ହୋଇପାରେ। ୨୯ରେ ବି ଲଗାଣ ବର୍ଷା ସମ୍ଭାବନା ଅଛି। ଦକ୍ଷିଣ ଓଡ଼ିଶାରେ ୧୦୦ କିମିରୁ ଅଧିକ ବେଗରେ ବୋହିପାରେ ପବନ। ପାରାଦୀପ ସହ ଉପକୂଳ ଓଡ଼ିଶାରେ ୭୦ କିମି ବେଗରେ ପବନ ମାଡ଼ ହୋଇପାରେ । ତା ସାଙ୍ଗକୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ଏହା କହିଛନ୍ତି। ବାତ୍ୟା ରୂପ ନେଲେ ଏହାର ନାମ ‘ଅର୍ଣ୍ଣବ’ ରହିବ ବୋଲି ସେ ସୂଚନା ଦେଇଛନ୍ତି। ବାତ୍ୟା ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟା ହୋଇପାରେ। ଏହା ୨୮ ସକାଳେ କିମ୍ବା ଦିନବେଳା ଆନ୍ଧ୍ର ଉପକୂଳରେ ମାଡ଼ ହେବ। ତା’ପରେ ଦିଗ ବଦଳାଇ ଓଡ଼ିଶା ଭିତର ଦେଇ ଉପରକୁ ଉଠିପାରେ। ଏହା ପ୍ରଭାବରେ ଉପକୂଳ, ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଗଭୀର ପ୍ରଭାବ ପଡ଼ିପାରେ। ଏହାର ପ୍ରଭାବ ଜଗତସିଂହପୁର, କଟକ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ଜାଜ୍ ପୁର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଜିଲ୍ଲାରେ ଉପରେ ପଡ଼ିବ।

You might also like