ବିଦ୍ୟାଭାରତୀଙ୍କୁ ହାଇକୋର୍ଟଙ୍କ ଝଟକା ; ଆଗୁଆ ଜାମିନ ଆବେଦନରେ ମିଳିଲାନି ଅନ୍ତରୀଣ ସୁରକ୍ଷା

ଭୁବନେଶ୍ୱର (ରାଜ୍ୟ କାହାଣୀ )ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କୁ ହାଇକୋର୍ଟରୁ ଝଟକା ଲାଗିଛି। ସମ୍ଭାବ୍ୟ ଗିରଫଦାରୀରୁ ସୁରକ୍ଷା ପାଇଁ ସେ ଦାଖଲ କରିଥିବା ଆଗୁଆ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଛନ୍ତି। ଏଥିସହ ମାମଲାର କେସ୍ ଡାଏରୀ ଦାଖଲ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଛୁଟି ପରେ ପ୍ରଥମ ସପ୍ତାହରେ ମାମଲାର ପରବର୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି କୋର୍ଟ। ଏହି ମାମଲାରେ ପୂର୍ବରୁ ଜେଲରେ ଅଛନ୍ତି ତତ୍କାଳିନ ଡିଏଫଓ ଓ ରୋଷେୟା।ଗତ ୨୦୨୧ ଜୁଲାଇ ୧୨ ତାରିଖ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ସନ୍ଦେହଜନକ ଅବସ୍ଥାରେ ପୋଡ଼ି ହୋଇ ମୃତ୍ୟୁ ଘଟିଥିଲା। ପତ୍ନୀ ବିଦ୍ୟାଭାରତୀଙ୍କ ଅବହେଳା କାରଣରୁ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟିଥିବା ନେଇ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି ଚାର୍ଜସିଟ ଦାଖଲ କରିଥିଲା। ଏହି ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ କେବଳ ନୋଟିସ ଜାରି କରି ତଦନ୍ତ ଶେଷ କରିଥିଲା କ୍ରାଇମବ୍ରାଞ୍ଚ। ସୌମ୍ୟରଞ୍ଜନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ବାପା ଅଭିରାମ।ଏଥିରେ ବୋହୁ ବିଦ୍ୟାଭାରତୀ ଓ ତତ୍କାଳୀନ ଡିଏଫ୍‌ଓଙ୍କ ସଂପୃକ୍ତି ରହିଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ।

You might also like