ଅମିତାଭ ବଚ୍ଚନ ଓ ଦିଲଜିତ୍ ଦୋସାଞ୍ଜଙ୍କୁ ବୋମା ଧମକ, ମୁମ୍ବାଇରେ ହାଇଆଲର୍ଟ
କିଛିଦିନ ଦଳେ ବଲିଉଡ ଷ୍ଟାର ଟାଇଗର ଶ୍ରଫଙ୍କୁ ଗୁଳିମାଡ଼ ଘଟଣା ପରେ ଏବେ ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ ଓ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ୍ ଦୋସାଞ୍ଜଙ୍କୁ ବୋମା ଧମକ ମିଳିଛି । ମୁମ୍ଵାଇ ମେୟର ଋତୁ ତାୱଡେ ଏବଂ ଆଉ କିଛି ଅଧିକାରୀଙ୍କ ପାଖକୁ ଏଭଳି ଧମକପୂର୍ଣ୍ଣ ଇମେଲ୍ ଆସିଛି । ଆଜି ସକାଳ ୧୧ଟା ୩୧ରେ ଏହି ଇମେଲ୍ ଆସିଛି । ଖାଲି ସେତିକି ନୁହେଁ ରାତି ୩ଟା ୧୧ରେ ମୁମ୍ଵାଇ ମେୟରଙ୍କ କାର୍ଯ୍ୟାଳୟ ଉଡାଇ ଦେବାକୁ ମଧ୍ୟ ଧମକ ଦିଆଯାଇଛି । ଏହା ୧୯୮୪ର ଅପରେସନ୍ ବ୍ଲୁ ଷ୍ଟାର୍ ର ପ୍ରତିଶୋଧ ବୋଲି ଇମେଲରେ ଦାବି କରାଯାଇଛି । ଅକ୍ଟୋବର ୩୧ରୁ ନଭେମ୍ବର ୨୭ ମଧ୍ୟରେ ଆକ୍ରମଣ ହୋଇପାରେ ବୋଲି ଧମକ ଦିଆଯାଇଛି ।ଅକ୍ଟୋବର ୩୧ରେ ମୁମ୍ଵାଇର ଏକ ସ୍କୁଲରେ ଗ୍ରେନେଡ୍ ଆଟାକ୍ ଏବଂ ନଭେମ୍ଵର ୨୭ରେ ମହାଲକ୍ଷ୍ମୀ ରେସ୍ କୋର୍ସରେ ବମ୍ ଆଟାକ୍ କରିବାକୁ ଇମେଲ୍ ରେ ଉଲ୍ଲେଖ ରହିଛି । ଏଥିରେ ଖଲିସ୍ତାନୀ ସମର୍ଥକଙ୍କ ନାରା ଦିଆଯାଇଛି । ଏହି ଇମେଲ୍ କିଏ ପଠାଇଲା ଏବଂ କାହିଁକି ପଠାଇଲା ତାହାର ସତ୍ୟାସତ୍ୟ ନେଇ ଯାଞ୍ଚ ଚାଲିଛି । ଏତଦ୍ ବ୍ୟତୀତ ଦାଦର ସ୍କୁଲଗୁଡ଼ିକୁ ମଧ୍ୟ ବୋମା ଧମକ ଦିଆଯାଇଛି । ଟାଇଗରଙ୍କୁ ଗୁଳିମାଡ଼ ଘଟଣା ପରେ ବଲିଉଡରେ ଭୟର ବାତାବରଣ ରହିଛି । ସଲମାନ ଖାନ, ଅମିତାଭ ବଚ୍ଚନ, ଅକ୍ଷୟ କୁମାରଙ୍କ ସୁରକ୍ଷା ବଢିଯାଇଛି ।