ଯାଜପୁର ବଡ଼ଚଣା R&B ସବଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ

ଯାଜପୁର ବଡ଼ଚଣା R&B ସବଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ । ଇଞ୍ଜିନିୟର ତପନ ସେଠୀଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ ।ସୂଚନା ଅନୁଯାୟୀ, ବଡ଼ଚଣା AEE ତପନ ସେଠୀଙ୍କ ବାସଭବନ ଓ ଅନ୍ୟ ସମସ୍ତ ଠିକଣାରେ ଗୁରୁବାର ଦିନ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । କଟକ, ଭୁବନେଶ୍ୱର, ପୁରୀ ଓ ଯାଜପୁରରେ ମୋଟ ୭ଟି ସ୍ଥାନରେ ରେଡ୍ ହୋଇଥିଲା । ଚଢାଉ ବେଳେ ଟ୍ଵିନ୍ ସିଟି ଓ ପୁରୀରେ ତପନ ସେଠୀଙ୍କ ୩ଟି ବହୁତଳ କୋଠା ଠାବ ହୋଇଥିଲା । ୩ଟି ଦାମୀ ପ୍ଲଟ୍ ସହ ୧ ଏକରର ଫାର୍ମ ହାଉସ୍ ମଧ୍ୟ ଠାବ ହୋଇଥିଲା । ଏହା ସହ ୭୪୭ ଗ୍ରାମ ସୁନା, ୨୦ ଲକ୍ଷରୁ ଉର୍ଦ୍ଧ୍ଵ ଜମା ଟଙ୍କା ଓ ୨ଟି ଚାରି ଚକିଆ ଗାଡି ଜବତ ହୋଇଛି । ଏହି ସମ୍ପତ୍ତିର ଉତ୍ସ ସମ୍ପର୍କରେ ସେ ସନ୍ତୋଷଜନକ ହିସାବ ଦେଇପାରି ନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଏହି ମାମଲାରେ ଭିଜିଲାନ୍ସ ସେଲ୍ ଥାନାରେ ଏକ ମାମଲା ରୁଜୁ ହୋଇଛି । ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

You might also like