ବ୍ରଜ ମୋହନ ରାମ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ
ଭୁବନେଶ୍ଵର (ରାଜ୍ୟ କାହାଣୀ ) ବ୍ରଜ ମୋହନ ରାମ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ । ଆଜି ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସେ ବର୍ତ୍ତମାନର ରାଜ୍ୟପାଳ ହରିବାବୁ କମ୍ଭମପାଟୀଙ୍କ ସ୍ଥାନ ନେବେ। ତେବେ ସେ କେବେ ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ, ତାହା ପରବର୍ତ୍ତୀ ସମୟରେ ସୂଚନା ମିଳିବ ।ସେ ଝାଡ଼ଖଣ୍ଡର ଅନୁସୂଚିତ ଜାତିର ଅଟନ୍ତି।