ହକି ଓଡ଼ିଶାକୁ ହକି ଇଣ୍ଡିଆର କାରଣ ଦର୍ଶାଅ ନୋଟିସ୍, ବିଜେପି ସରକାର ଉପରେ ବର୍ଷିଲା ବିଜେଡି
ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶା ହକି ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇ ଶିଖର ଛୁଇଁଥିଲା କିନ୍ତୁ ବର୍ତ୍ତମାନ ଡବଲ ଇଞ୍ଜିନ ସରକାରଙ୍କ ହକି ପ୍ରତି ଉଦାସୀନତା ମନୋଭାବ ଯୋଗୁଁ ପରିଚୟ ହରାଇବାରେ ଲାଗିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତଥା ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଓ ଗଣମାଧ୍ୟମ ସଂଯୋଜକ ଡ.ଲେନିନ୍ ମହାନ୍ତି ଓଡ଼ିଶାର ହକି ପ୍ରତି ଅବହେଳା ନେଇ ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି ।।ବିଧାୟକ ଶ୍ରୀ ବେହେରା କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ନିରନ୍ତର ପ୍ରୟାସ ଫଳରେ ହକିରେ ଓଡ଼ିଶା, ସମଗ୍ର ଭାରତରେ ଶିଖରରେ ପହଞ୍ଚିଥିଲା । ଓଡ଼ିଶାରେ ଦୁଇ ଥର ହକି ବିଶ୍ୱ କପ୍ ଆୟୋଜନ କରାଯାଇଥିଲା । ହକି ଖେଳର ଉନ୍ନତି ପାଇଁ ଓଡ଼ିଶାରେ ଅନ୍ତର୍ଜାତୀୟ ସ୍ତରର ନୂତନ ଷ୍ଟାଡିୟମ୍ ନିର୍ମାଣ କରିଥିଲେ । ଯାହା ପାଇଁ ଦେଶ ବିଦେଶରେ ଓଡ଼ିଶା ହକିର ନୂତନ ପରିଚୟ ହାସଲ କରିଥିଲା । କିନ୍ତୁ ବର୍ତ୍ତମାନର ଡବଲ ଇଞ୍ଜିନ ସରକାରରେ ଗତ ଅଢେଇ ବର୍ଷ ମଧ୍ୟରେ ଓଡ଼ିଶା ହକି ନିଜ ପରିଚୟ ହରାଇଛି । ଓଡ଼ିଶାରେ ହକି ଏକ ଭାବନା । ତାହାକୁ ବିଜେପି ସରକାର ଭୁଲି ଯାଇଛନ୍ତି । ଗତ ଅକ୍ଟୋବର ୬ ତାରିଖରେ ହକି ଇଣ୍ଡିଆର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକ ପରେ ଓଡ଼ିଶା ହକି ସଂଘକୁ ହକି ଇଣ୍ଡିଆ ଆସୋସିଏସନ୍ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଯେଉଁଥିରେ ପଚରାଯାଇଛି କାହିଁକି ଓଡ଼ିଶା ହକିର ମାନ୍ୟତା “ସ୍ଥାୟୀ ସଦସ୍ୟ”ରୁ “ସହଯୋଗୀ ସଦସ୍ୟ”କୁ ପୁନଃ ନବୀକରଣ କରିବା, ଜାତୀୟ ମହାସଂଘର ବାଇ-ଲ (ନିୟମାବଳୀ) ପାଳନରେ ଅବହେଳା ହୋଇଛି, ସ୍ଥାୟୀ ସଦସ୍ୟତାକୁ ସହଯୋଗୀ ସଦସ୍ୟତାକୁ ପରିବର୍ତ୍ତନ କରିବା ଆଦି ପ୍ରସ୍ତାବ ରଖାଯାଇଛି ।