ଦୂର୍ଗାପୂଜା ପୂର୍ବରୁ କମିଲା ସୁନା ଦର, ଜାଣନ୍ତୁ ଦାମ୍
ଆଗକୁ ଆସୁଛି ଦଶହରା। ପାର୍ବଣ ଋତୁରେ ସୁନା ଗହଣା କିଣିବାକୁ ଚାହାଁନ୍ତି ପ୍ରତ୍ୟେକ ଭାରତୀୟ। ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ଆଜିର ଦରରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୧,୪୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୮,୭୯୦ ଟଙ୍କା ଛୁଇଁଛି ।
ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୧,୪୧୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୩୮,୭୯୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୩୯,୯୦୦ ଟଙ୍କା ହୋଇଛି ।ତେବେ ଗତ ୬ ମାସ ମଧ୍ୟରେ ତଥ୍ୟ ଦେଖିଲେ ଜୁନ ମାସ ଶେଷରେ ସବୁଠୁ କମ୍ ଦର ରହିଥିଲା। ଜୁନ୍ ୧ ତାରିଖରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା ୧ ଲକ୍ଷ ୫୭ ହଜାର ୩୦ ଟଙ୍କା ଥିବା ବେଳେ, ଜୁନ୍ ୩୦ ତାରିଖରେ ଏହା ହ୍ରାସ ପାଇ ୧ ଲକ୍ଷ ୪୧ ହଜାର ୯୨୦ ଟଙ୍କାରେ ପହଞ୍ଚିଥିଲା। ଅର୍ଥାତ୍ ମାସକ ମଧ୍ୟରେ ସୁନା ଦର ୧୦ ଗ୍ରାମ୍ ପିଛା ୧୫,୧୧୦ ଟଙ୍କା କମିଥିଲା।