ଆଗୁଆ ଆସିପାରେ ଖରାଦିନ! ଶୀଘ୍ର ସରିପାରେ ମୌସୁମୀ: ସୁରେଶ ପୂଜାରୀ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଏଥର ଆଗୁଆ ଆସିପାରେ ଖରାଦିନ । ଏନେଇ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ।ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଗତବର୍ଷ ତୁଳନାରେ ଏଥର ଅଧିକ ତାତି ସହ ଗୁଳିଗୁଳି ଅନୁଭୂତ ହୋଇପାରେ । ଏନେଇ କେନ୍ଦ୍ର ଓ ରାଜ୍ୟ ପାଣିପାଗ ବିଭାଗ ସହ ଏସ୍ଆର୍ସି ଅଧ୍ୟୟନ ଜାରି ରଖିଛନ୍ତି । ତେବେ ଏହା ପ୍ରାଥମିକ ଆକଳନ ବୋଲି କହିଛନ୍ତି ମନ୍ତ୍ରୀ । ଅଧିକ ଅଧ୍ୟୟନ ପରେ ହିଁ ଚିତ୍ର ସ୍ପଷ୍ଟ ହେବ ।ଅଧିକ ଅଧ୍ୟୟନ ଓ ବିଶ୍ଳେଷଣ ପରେ ହିଁ ଆଗାମୀ ଗ୍ରୀଷ୍ମର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ। ତେଣୁ ବର୍ତ୍ତମାନଠାରୁ ଲୋକେ ଆତଙ୍କିତ କିମ୍ବା ବ୍ୟସ୍ତ ନହୋଇ, ସମ୍ଭାବ୍ୟ ପରିସ୍ଥିତି ପାଇଁ ସତର୍କ ରହିବା ଆବଶ୍ୟକ।