BRICS ଶିଖର ସମ୍ମିଳନୀ: ୭ ବର୍ଷ ପରେ ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି

ଭାରତରେ ଆୟୋଜିତ ହେବାକୁ ଯାଉଛି ୧୮ତମ ବ୍ରିକ୍ସ ଲିଡର୍ସ ସମ୍ମିଳନୀ । ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଏହି ମେଗା ସମ୍ମିଳନୀ ଅନୁଷ୍ଠିତ ହେବ । ଚଳିତ ବର୍ଷ ଭାରତ ବ୍ରିକ୍ସର ଅଧ୍ୟକ୍ଷତା କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିସ୍ତାରିତ ବ୍ରିକ୍ସ ଗୋଷ୍ଠୀର ସଦସ୍ୟ ଓ ସହଯୋଗୀ ଦେଶର ନେତାମାନଙ୍କୁ ସ୍ୱାଗତ କରିବେ । ତେବେ  ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ଶୀ ଜିନପିଂଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ହେବାର ସମ୍ଭାବନା ରହିଛି । ୨୦୨୦ ଗଲୱାନ ଘାଟି ସଂଘର୍ଷ ପରେ ଏହା ହେଉଛି ଚୀନ୍ ରାଷ୍ଟ୍ରପତିଙ୍କ ପ୍ରଥମ ସାକ୍ଷାତ । ସୀମା ବିବାଦ ପରେ ଦୁଇ ଦେଶର ରାଜନୈତିକ ଏବଂ କୂଟନୈତିକ ସମ୍ପର୍କରେ ତିକ୍ତତା ଆସିଥିବାବେଳେ, ଏହି ଗସ୍ତ ଦୁଇ ଦେଶର ସମ୍ପର୍କକୁ ପୁଣି ଟ୍ରାକକୁ ଆଣିବାରେ ଏକ ବଡ଼ ପଦକ୍ଷେପ ବୋଲି ବିବେଚନା କରାଯାଉଛି ।ଏଲ୍.ଏ.ସି ଏବଂ ସୀମା ଶାନ୍ତି: ଦୀର୍ଘ ଦିନରୁ ଲାଗି ରହିଥିବା ସୀମା ବିବାଦ ଏବଂ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ସ୍ଥିରତା ଓ ଶାନ୍ତି ବଜାୟ ରଖିବା ନେଇ ଆଲୋଚନା ହେବ ।ରେୟାର ମିନେରାଲ୍ ଚୁକ୍ତି: ଇଲେକ୍ଟ୍ରୋନିକ୍ସ, ଇଭି, ପ୍ରତିରକ୍ଷା ଉପକରଣ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ବ୍ୟବହୃତ ହେଉଥିବା ଜରୁରୀ କ୍ଷତିକାରକ କିମ୍ବା ବିରଳ ଖଣିଜ ଦ୍ରବ୍ୟ ଏବଂ ମ୍ୟାଗ୍ନେଟ୍ ଯୋଗାଣ ନେଇ କିଛି ବଡ଼ ବୁଝାମଣା ହେବାର ଆଶା କରାଯାଉଛି ।

You might also like