ପିଆଜ ଦରରେ ନିଆଁ, ଖୁଚୁରା ବଜାରରେ ୭୦ ଛୁଇଁଲା ରେଟ
ରାଜ୍ୟରେ ପିଆଜ ଦରରେ ନିଆଁ ! ଖୁଚୁରା ବଜାରରେ ଦର ୭୦ ଛୁଇଁଲା ।ରାଜଧାନୀରେ ପିଆଜ ଖୁଚୁରା ଦର କିଲୋଗ୍ରାମ୍ ପିଛା ୫ ଟଙ୍କା ବୃଦ୍ଧି ପାଇ ୬୦ ଟଙ୍କାରେ ପହଞ୍ଚିଛି । ଏହା ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି । କୁବେରପୁରୀ ପାଇକାରୀ ବଜାରରେ ପିଆଜ ଦର ପୂର୍ବରୁ ୨୦ରୁ ୨୨ ଟଙ୍କାରେ ବିକ୍ରି ହେଉଥିଲା । ଏବେ ଏହା ୩୮ରୁ ୪୨ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ଗୋଟିଏ ମାସ ତଳେ ହୋଲସେଲ୍ ଦର୍ ଥିଲା ୩୦ ରୁ ୩୫ ଟଙ୍କା, ଆଜି ୫୦ ଟଙ୍କାରେ ପହଞ୍ଚିଲାଣି ପିଆଜର ହୋଲ ସେଲ୍ ଦର ।ନୂଆ ପିଆଜ ଅମଳ ହେବା ପରେ ହିଁ ଦର କମିପାରେ ବୋଲି ବ୍ୟବସାୟୀ ମାନେ ଅନୁମାନ କରୁଛନ୍ତି ।