ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର, ୧୨ ଘଣ୍ଟାରେ ନେବ ଅବପାତର ରୂପ
ଭୁବନେଶ୍ଵର (ରାଜ୍ୟ କାହାଣୀ )ଦକ୍ଷିଣ ଆଣ୍ଡାମାନ ସାଗରରେ ଧୀରେ ଧୀରେ ଘନୀଭୂତ ହେଉଛି ଲଘୁଚାପ । ଲଘୁଚାପ କ୍ଷେତ୍ର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାଦଲ ଆସ୍ତରଣ ବଢ଼ିବାରେ ଲାଗିଛି । ଗତକାଲି ତୁଳନାରେ ଆଜି ଅଧିକ ବାଦଲ ଦେଖିବାକୁ ମିଳିଛି ।ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ତଥା ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗର ଓ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଅଞ୍ଚଳରେ ଥିବା ଲଘୁଚାପ କ୍ଷେତ୍ରଟି ଆହୁରି ଘନୀଭୂତ ହୋଇ ଆଜି ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି ।ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବାର ପ୍ରବଳ ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ସିଷ୍ଟମ ସହ ଜଡ଼ିତ ଥିବା ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି ।