ଆଜି ପବିତ୍ର ନନ୍ଦୋତ୍ସବ, ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ

ଶନିବାର ବଡ଼ଦେଉଳରେ ଶ୍ରୀକୃଷ୍ଣ ଲୀଳା ଅବସରରେ ନନ୍ଦୋତ୍ସବ ଓ ବିଜୁଳି କନ୍ୟା ନୀତି ଅନୁଷ୍ଠିତ ହେବ । ସକାଳେ ରାମ କୃଷ୍ଣ ଜଗମୋହନରେ ଥିବା ଦୋଳିରେ ବିଜେ ହେବେ । ସନ୍ଧ୍ୟାରେ ରାମକୃଷ୍ଣ ଓ ମଦନମୋହନ ପୁଣି ଖଟରେ ବିଜେ ହେବେ । ତିନି ବିଗ୍ରହଙ୍କ ପୂଜାବିଧି ଅନୁଷ୍ଠିତ ହେବ ।ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହେବ। ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ପରେ ଭଣ୍ଡାରଘରୁ ଦେବୀ ଦୁର୍ଗାଙ୍କୁ ପତିମହାପାତ୍ର ବିଜେ କରାଇବେ । ପରେ ଦୋଳିରେ ବସିଥିବା ରାମକୃଷ୍ଣ ଏବଂ ମଦନମୋହନଙ୍କୁ ଓଲ୍ହାଇ ଆଣି ଖଟ ଉପରେ ବିଜେ କରାଇବେ । ଭିତରଚ୍ଛ ମହାପାତ୍ର ନନ୍ଦରାଜା ରୂପରେ ଶ୍ରୀନହରକୁ ଯାଇ ଫେରିବା ପରେ ସ୍ନାନମଣ୍ଡପ ଉପରେ ବସିବେ । ଭରତିଆ ଗୌଡ଼ ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବାର ପରମ୍ପରା ରହିଛି। ଲକ୍ଷ୍ମୀମନ୍ଦିର ଜଗମୋହନରେ ମଧ୍ୟ ଏହି ଦିନର ସ୍ୱତନ୍ତ୍ର ନୀତି ରହିଛି ।

You might also like