ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ, ବନ୍ଦ ରହିବ ସାଧାରଣ ଦର୍ଶନ

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅର୍ଥାତ ପବିତ୍ର ଜନ୍ମାଷ୍ଟମୀ। ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ଆଜି ସଂଧ୍ୟା ଆଳତି ସମୟରେ ଠାକୁରଙ୍କୁ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯିବ।ଏଣୁ ସନ୍ଧ୍ୟାଧୂପ ଭୋକ ପରେ କୃଷ୍ଣ ଜନ୍ମ ନୀତି ହେବ। ତେଣୁ ସନ୍ଧ୍ୟର ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସର୍ବସାଧରଣ ଦର୍ଶନ ବନ୍ଦ ରହିବ। ଅର୍ଥାତ ଶ୍ରୀଜିଉଙ୍କ ଦର୍ଶନ ୫ ଘଣ୍ଟା ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ୍ସ ପୋଷ୍ଟର ସୂଚନା ଜାରି କରାଯାଛି। ଶୁକ୍ରବାର ଜନ୍ମାଷ୍ଟମୀ ନୀତି ହେବ। ୫ ତାରିଖ ନନ୍ଦୋତ୍ସବରୁ ଚାଲିବ ଶ୍ରୀକୃଷ୍ଣ ଲୀଳା । ୬ତାରିଖ ରବିବାରରେ ବନ ଭୋଜି ଠାରୁ କୋଳି ବିକା ଓ ବକା ସୁର, ଅର୍ଘାସୁର ବଧ ଆଦି ନୀତି ରହିଛି । ୭ରେ କାଳୀୟ ଦଳନ ନୀତି ଓ ଧେନୁକାସୁର ବଧ ପ୍ରସ୍ତାବ, ୮ ତାରିଖ ମଙ୍ଗଳବାର ପ୍ରଳମ୍ବାସୁର ବଧ ଓ ବେଶ ପ୍ରସ୍ତାବ, ୯ତାରିଖ ବୁଧବାର କୃଷ୍ଣ ବଳରାମ ବେଶ ଓ ଅନ୍ନପ୍ରଥା ପ୍ରସ୍ତାବ, ୧୨ ତାରିଖ ଶନିବାର ଦାବାଗ୍ନୀ ଲାୀଳା, ୧୩ ତାରିଖ ରବିବାର ନିକୁଞ୍ଜ ଲୀଳା, ୧୫ ତାରିଖ ମଙ୍ଗଳବାର ଅନ୍ଧଳୀଳା ପ୍ରସ୍ତାବ, ୧୬ ତାରିଖ ବୁଧବାର ଦାହଲୀଳା, ୧୭ ତାରିଖ ଗୁରୁବାର ବିମ୍ବାସୁର ବଧ, ୧୮ ତାରିଖ ଶୁକ୍ରବାର କେକେସୀ ବଧ ଓ ବସ୍ତ୍ରହରଣ, ୨୧ ତାରିଖ ସୋମବାର ମଥୁରା ହାଟ ସହ କଂସ ବଧ ଆଦି ନୀତି ହୋଇ ୨୬ରେ ଇନ୍ଦ୍ରହାତୀ ନୀତି ପ୍ରସ୍ତାବ ହେବ ବୋଲି ପ୍ରାରମ୍ଭିକ ସୂଚନା ରହିଛି ।

You might also like