ଅପଦସ୍ଥ କଲେ ଜାଳି ଶେଷ କରିଦେବି: ଜୁଏଲ ଓରାମ

ତୀବ୍ର ହେବାରେ ଲାଗିଛି ସୁନ୍ଦରଗଡବିଜେପି ରାଜନୀତି | ସର୍କିଟ୍‌ ହାଉସ୍‌ରୁ ବନ୍ଧୁକ ଓ ଗୁଳି ସହ ପେସାଦାର ଅପରାଧୀ ଗିରଫ ଘଟଣାରେ ସମ୍ପୃକ୍ତ ଥିବା ନିଲମ୍ବିତ ବିଜେପି ଯୁବନେତା ତଥା ସୁନ୍ଦରଗଡ଼ ସାଂସଦଙ୍କ ରାଉରକେଲା ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାଶୱାନଙ୍କୁ ଗିରଫ କରାଯାଇଛି | ଏହାକୁ ନେଇ ରାଉରକେଲା ସହରରେ ଚର୍ଚ୍ଚା ଜୋର ଧରିଥିବାବେଳେ ଆଜି କେନ୍ଦ୍ର ମନ୍ତ୍ରୀ  ଜୁଏଲ ଓରାମ ନିଜ ଦଳର କିଛି ନେତାଙ୍କ ଉପରେ ଦୋଷ ଲଦିଛନ୍ତି | ସେ ଖୋଲା ଚ୍ୟାଲେଞ୍ଜ୍‌ କରି କହିଲେ ଯେ ରାଉରକେଲାରେ କିଛି ଲୋକ ମୋତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ।ଭାବୁଛନ୍ତି ଜୁଏଲ ଓରାମ ଡ୍ରପ୍‌ ହୋଇଗଲେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ  । କିନ୍ତୁ ଏଇ ପାର୍ଟିକୁ ମୁଁ ରକ୍ତ ମାଂସ ଦେଇ ଗଢ଼ିଛି, ଏ ପାର୍ଟି ମୋତେ ଚିହ୍ନିଛି  । ପାର୍ଟି ମୋତେ ଯେତିକି ସ୍ଥାନ ଦେଇଛି, ତାହା ଯଥେଷ୍ଟ  ।ମୋ ପ୍ରତିଷ୍ଠା ବାବଦରେ ଯଦି କେହି ହାତ ଉଠାଇବ, ସେ ହାତକୁ କାଟିଦେବି ।ନିର୍ବାଚନ ଲଢ଼ିବିନି ବୋଲି କହିଥିଲି, ଏବେ କହୁଛି ଆଉଥରେ ନିର୍ବାଚନ ଲଢ଼ିବି’ ମୁଁ ଦେଖିବି ମୋ ବିରୋଧରେ କିଏ କାମ କରୁଛି, ଅବସ୍ଥା କଣ ହେବ  ।ଅନ୍ୟ ପାର୍ଟିରୁ ଆସି ପଇସା ଖର୍ଚ୍ଚ କରି ମୋତେ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି । ମୁଁ ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କୁ ଏନେଇ ସବୁକିଛି ଅବଗତ କରିଛି’ ଦରକାର ପଡ଼ିଲେ କେନ୍ଦ୍ର ନେତୃତ୍ବଙ୍କୁ ମଧ୍ୟ ଅବଗତ କରାଇବି’ ମୋତେ ଯିଏ ଅପଦସ୍ଥ କରିବାକୁ ଚେଷ୍ଟା କରୁଛି ତାକୁ ଜାଳି ଶେଷ କରିଦେବି  ।

You might also like