ରାସନ ଦୋକାନରେ ନୂଆ ବ୍ୟବସ୍ଥା ଇ-ୱାଲେଟ୍‌ରେ ଆସିବ ସବସିଡି

ରାସନ ଦୋକାନରେ ଏଣିକି ଚାଉଳ-ଗହମ ସହ ଆସିବ ଡିଜିଟାଲ୍ ଟଙ୍କା ! ରାସନ ଚୋରି ଓ ଅନିୟମିତତାକୁ ରୋକିବା ପାଇଁ ସରକାର ଆଣିଛି ଏକ ନୂଆ ବ୍ୟବସ୍ଥା । ୧୪ ଅଗଷ୍ଟ ୨୦୨୬ରୁ ଚଣ୍ଡିଗଡ଼ ଏବଂ ଦାଦ୍ରା-ନଗର ହାଭେଲିରେ ହିତାଧିକାରୀଙ୍କୁ ମିଳିବ ଡିଜିଟାଲ୍ ରାସନ ସବସିଡି, ଯାହା ସିଧାସଳଖ ଇ-ୱାଲେଟରେ ଜମା ହେବ । କିନ୍ତୁ ଏହି ଟଙ୍କାକୁ ମନଇଚ୍ଛା ଖର୍ଚ୍ଚ କରିହେବ ନାହିଁ QR କୋଡ୍ ସ୍କାନ୍ କରି କେବଳ ସରକାରୀ ରାସନ ଦୋକାନରୁ ଚାଉଳ କିମ୍ବା ଗହମ କିଣିବାରେ ହିଁ ବ୍ୟବହାର କରିହେବ ।PMGKAY ଅଧୀନରେ ଏପର୍ଯ୍ୟନ୍ତ ଲୋକଙ୍କୁ ରାଶନ ସବସିଡି ତାଙ୍କ ବ୍ୟାଙ୍କ ଖାତାକୁ ପଠାଯାଉଥିଲା। କିନ୍ତୁ ଅନେକ ସମୟରେ ବ୍ୟାଙ୍କ ଖାତାକୁ ଆସୁଥିବା ଟଙ୍କାକୁ ଲୋକେ ଅନ୍ୟ କାମରେ ଖର୍ଚ୍ଚ କରିଦିଅନ୍ତି କିମ୍ବା ନିଜ ବ୍ୟକ୍ତିଗତ ଆବଶ୍ୟକତାରେ ବ୍ୟବହାର କରନ୍ତି।ପ୍ରଥମେ ପୁଡୁଚେରୀ ଓ ଗୁଜରାଟରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ସେଠାରେ ସଫଳ ପରୀକ୍ଷଣ ପରେ ଏବେ ଚଣ୍ଡିଗଡ଼ ଏବଂ ଦାଦ୍ରା ଓ ନଗର ହାବେଳିରେ ଏହି ମଡେଲ ଲାଗୁ କରାଯାଉଛି।

ଏହି ଯୋଜନାର ସବୁଠାରୁ ବଡ଼ ବିଶେଷତା ହେଉଛି ଏହା ‘ପର୍ପଜ ବାଉଣ୍ଡ’ ବା ନିର୍ଦ୍ଦିିଷ୍ଟ ଉଦ୍ଦେଶ୍ୟ ଆଧାରିତ। ଅର୍ଥାତ୍‌ ସରକାର ୱାଲେଟକୁ ପଠାଇବାକୁ ଥିବା ଡିଜିଟାଲ କରେନ୍ସିକୁ କେବଳ ଗହମ, ଚାଉଳ ଭଳି ରାଶନ ସାମଗ୍ରୀ କିଣିବା ପାଇଁ ବ୍ୟବହାର କରାଯାଇପାରିବ। ହିତାଧିକାରୀମାନେ ଏହି ଟଙ୍କାରେ ରାସନ ବ୍ୟତୀତ ଅନ୍ୟ କୌଣସି ସାମଗ୍ରୀ କିଣିପାରିବେ ନାହିଁ।ଧ୍ୟାନ ଦିଅନ୍ତୁ! ଇ-ୱାଲେଟରେ ଜମା ହୋଇଥିବା ଟଙ୍କା କେବଳ ୩୦ ଦିନ ପାଇଁ ବୈଧ ରହିବ । ଯଦି ହିତାଧିକାରୀ ଗୋଟିଏ ମାସ ମଧ୍ୟରେ ରାସନ କିଣି ନଥାନ୍ତି, ତେବେ ଟଙ୍କା ସ୍ୱୟଂଚାଳିତ ଭାବରେ ସରକାରୀ ଆକାଉଣ୍ଟକୁ ଫେରସ୍ତ ହୋଇଯିବ ।ଏହି ସୁବିଧା ପାଇବା ପାଇଁ, ଆପଣଙ୍କୁ PNB Digital Rupee ଆପ୍ ଡାଉନଲୋଡ୍ କରିବାକୁ ପଡିବ । ଏହା ପରେ, ଆପଣଙ୍କୁ ନିକଟସ୍ଥ ରାସନ ଅଫିସ କିମ୍ବା କ୍ୟାମ୍ପକୁ ଯିବାକୁ ପଡିବ ଏବଂ ଆପଣଙ୍କର KYC ପୂରଣ କରିବା ପାଇଁ ଆପଣଙ୍କର ପଞ୍ଜିକୃତ ମୋବାଇଲ୍ ନମ୍ବର ପ୍ରଦାନ କରିବାକୁ ପଡିବ । ଯେକୌଣସି ସହାୟତା ପାଇଁ, ଆପଣ ଟୋଲ୍-ଫ୍ରି ନମ୍ବର 1800-180-2068 ରେ ଯୋଗାଯୋଗ କରିପାରିବେ ।

You might also like