ସାର କଳାବଜାରୀ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର (ରାଜ୍ୟ କାହାଣୀ )ସାର କଳାବଜାରୀ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । କଳାବଜାରୀ ରୋକିବା ପାଇଁ ଗଠନ ହୋଇଛି ଏନଫୋର୍ସମେଣ୍ଟ ଟିମ ।ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି । ରାଜ୍ୟରେ ମୋଟ ୨ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି । ସେଥିରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର ପ୍ୟାକ୍ସ ବା PACSକୁ ଯୋଗାଇ ଦିଆଯାଇଛି । ସେହିପରି ୧୪୨୬ ଟନ୍ ସାର ଡିଲରମାନଙ୍କୁ ଦିଆଯାଇଥିବା ବେଳେ ଏବେ ରାଜ୍ୟରେ ପ୍ରାୟ ୨୯ ହଜାର ଟନ୍ ସାର ଷ୍ଟକ ରହିଛି ।ଆଗାମୀ କୃଷି ଋତୁକୁ ଦୃଷ୍ଟିରେ ରଖି ରାଜ୍ୟରେ ସାରର ଅଭାବ ଯେପରି ନହୁଏ, ସେଥିପାଇଁ ସରକାର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଚାଷୀମାନଙ୍କୁ ସହଜରେ ସାର ଯୋଗାଇଦେବା ପାଇଁ ସମବାୟ ସମିତି ଏବଂ ଡିଲରମାନଙ୍କ ଜରିଆରେ ବଣ୍ଟନ ଜାରି ରହିଛି ।