ଜାପାନରେ ୭.୧ ତୀବ୍ରତାଯୁକ୍ତ ଭୂମିକମ୍ପ: ସୁନାମି ସତର୍କତା ଜାରି

ଜାପାନର କୁମାମୋଟୋର କ୍ୟୁଶୁ ଅଞ୍ଚଳରେ ଏକ ଶକ୍ତିଶାଳୀ ୭.୧ ତୀବ୍ରତାଯୁକ୍ତ ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ୩.୨୮ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ସମୁଦ୍ରରେ ଜୁଆର ଉଠିବା ଆଶଙ୍କା ରହିଛି ବୋଲି ଜାପାନ ପାଣିପାଗ ସଂସ୍ଥା ଏହି ସୂଚନା ପ୍ରକାଶ କରିଛି। ଜେଏମଏ ବା ଜାପାନ ପାଣିପାଗ ବିଭାଗର କହିବାନୁସାରେ, କ୍ୟୁସୁ ଦ୍ୱୀପର କୁମାମୋଟୋରେ ଭୂମିକମ୍ପ ଅନୁଭୂତ ହୋଇଛି ।ଝଟକା ଲାଗିବା ପରେ ଜାପାନ ସରକାର ତତ୍ପରତା ପ୍ରକାଶ କରିଛନ୍ତି । କୁମାମୋଟୋ, ନାଗାସାକି, କାଗୋସିମା, ଫୁକୁଓକାରେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।ଅନ୍ୟ ଦିଗରେ ଭୂମିକମ୍ପରେ କେତେ କ୍ଷୟକ୍ଷତି ହୋଇଛି ତାହାର ହିସାବ ଜଣାପଡିନାହିଁ । କେହି ମୃତାହତ ହୋଇଥିବା ଖବର ମିଳିନାହିଁ । କିନ୍ତୁ କିଛି ଘର ଏବଂ ଅଟ୍ଟାଳିକାରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

You might also like