ନୀତିନ ଗଡ଼କରୀଙ୍କୁ ବଡ଼ ଆଶ୍ୱସ୍ତି : E20 ପେଟ୍ରୋଲ୍ ବିବାଦରେ ମେଟା, ଏକ୍ସ ଏବଂ ଗୁଗଲ୍ ବିରୋଧରେ ହେବ ମାନହାନି ମାମଲା

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ସୋସିଆଲ ମିଡିଆରେ ପ୍ରସାରିତ ଡିପଫେକ୍ ଭିଡିଓ ଏବଂ ମାନହାନିଜନକ ପୋଷ୍ଟ ସମ୍ପର୍କରେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।E-20 ରେ ଅପମିଶ୍ରଣକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ପ୍ରଚାର କରାଯାଉ ଥିବା ଗୁଜବର ଜବାବ ଏବେ ମେଟା, ଗୁଗଲ୍ ଏବଂ ଏକ୍ସ କୋର୍ଟ ରୁମରେ ଦେବେ। ହାଇକୋର୍ଟ ଗଡ଼କରୀଙ୍କୁ ଏହି ସବୁ ପ୍ଲାଟଫର୍ମଗୁଡ଼ିକ ବିରୋଧରେ ମାନହାନି ମାମଲା ଦାୟର କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ହାଇକୋର୍ଟ ଗଡ଼କରୀଙ୍କୁ ଏହି ପ୍ଲାଟଫର୍ମଗୁଡ଼ିକରେ ହୋଇଥିବା କଥିତ ଅପମାନଜନକ ପୋଷ୍ଟ ଏବଂ ଡିପଫେକ୍ (Deepfake) କଣ୍ଟେଣ୍ଟକୁ ନେଇ ଦେୱାନୀ (ସିଭିଲ୍) ମାମଲା ଦାୟର କରିବାକୁ ଅନୁମତି ଦେଇଛନ୍ତି।

You might also like