ମହଙ୍ଗା ହୋଇପାରେ ଆପଲ୍‌ର ନୂଆ ଆଇଫୋନ୍ iPhone 17 Pro Max !

ଆଇଫୋନ୍ ପ୍ରେମୀଙ୍କ ପାଇଁ ବଡ଼ ଖବର । ଆପଲ୍ ଏହାର ସବୁଠାରୁ ଶକ୍ତିଶାଳୀ ଫ୍ଲାଗସିପ୍ ସ୍ମାର୍ଟଫୋନ୍ iPhone 18 Pro Maxକୁ ସେପ୍ଟେମ୍ବର ମାସରେ ଲଞ୍ଚ କରିବାକୁ ଯାଉଛି। ହେଲେ ଏଥର କିନ୍ତୁ ନୂଆ ଆଇଫୋନ୍ ପାଇଁ ଗ୍ରାହକଙ୍କୁ ଆହୁରି ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, iPhone 17 Pro Max ତୁଳନାରେ ନୂଆ ମଡେଲର ଦାମ୍ ପ୍ରାୟ ୨୦ ହଜାର ଟଙ୍କାରୁ ୨୮, ୬୦୦ ଟଙ୍କା ମହଙ୍ଗା ହୋଇପାରେ।ଫଳରେ ଅନେକ ସ୍ଥାନରେ ଲୋକେ ପୂର୍ବରୁ ଫୋନ୍ କିଣିବା ଆରମ୍ଭ କରିଥିବାରୁ କିଛି ମଡେଲର ଷ୍ଟକ୍ କମିଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଯଦିଓ ଆପଲ୍ ପକ୍ଷରୁ ଭାରତରେ ମୂଲ୍ୟ ବୃଦ୍ଧିକୁ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ, ତଥାପି ଜାପାନ ଭଳି କିଛି ବଜାରରେ ଦାମ ବୃଦ୍ଧି ହେବା ପରେ ଭାରତରେ ମଧ୍ୟ ସମାନ ପଦକ୍ଷେପ ନିଆଯାଇପାରେ ବୋଲି ଚର୍ଚ୍ଚା ଚାଲିଛି । ଦାମ ବଢିବା ପଛରେ ଏହିସବୁ କାରଣ ଅଛି | iPhone 18 Pro Maxରେ TSMCର ସବୁଠାରୁ ଆଡଭାନ୍ସଡ୍ 2nm ଟେକ୍ନୋଲୋଜିରେ ନିର୍ମିତ A20 Pro ପ୍ରୋସେସର ମିଳିବ। ଏହା ଫୋନର ସ୍ପିଡ୍ ବଢ଼ାଇବା ସହ ବ୍ୟାଟେରୀ ଖର୍ଚ୍ଚ କମାଇବ ଏବଂ ଅନ୍- ଡିଭାଇସ୍ ‘Apple Intelligence’ (AI) କୁ ଆହୁରି ସ୍ପିଡ୍ କରିବ।ଏଥିରେ Sony IMX905 ସେନ୍ସର ସହିତ Variable Aperture ସପୋର୍ଟ ମିଳିବ। ଏହା ଦ୍ୱାରା ଲାଇଟିଂ ଅନୁସାରେ କ୍ୟାମେରାର ଲେନ୍ସ ଅଟୋମେଟିକ୍ ଆଡଜଷ୍ଟ କରିପାରିବ। ଯାହା ଫଟୋଗ୍ରାଫିକୁ ଆହୁରି ଉନ୍ନତ କରିଥାଏ।

You might also like