ଥାର୍ କିଣାରେ ଦୁର୍ନୀତି; ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜଙ୍ଗଲ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଜଙ୍ଗଲ ବିଭାଗ ଲାଗି ମାର୍କେଟ୍ ଦରଠାରୁ ଅଧିକ ଟଙ୍କାରେ ଥାର୍ ଗାଡ଼ି କିଣାଯିବା ଓ ତାର ମୋଡିଫିକେସନ୍ ପାଇଁ କୋଟି କୋଟି ଖର୍ଚ୍ଚ ।ଜଙ୍ଗଲ ବିଭାଗ ପକ୍ଷରୁ ‘ଥାର୍’ ଗାଡ଼ି କିଣା ଓ ସାଜସଜ୍ଜା ପ୍ରସଙ୍ଗ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି । ଏହି ମାମଲାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ ବିଭାଗ ପକ୍ଷରୁ ଏବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଯାଇଛି । ମନ୍ତ୍ରୀ ଖୁଣ୍ଟିଆ ଏ ସଂକ୍ରାନ୍ତରେ ସ୍ବତନ୍ତ୍ର ସମୀକ୍ଷା ଲାଗି ସିଏଜିଙ୍କୁ ୨୦୨୫ ଡିସେମ୍ବର ୧୮ରେ ପତ୍ର ଲେଖ୍ ଅନୁରୋଧ କରିଥିଲେ ।

ଏହାକୁ ନେଇ ସିଏଜିଙ୍କ ପକ୍ଷରୁ ଘଣ୍ଟାଚକଟା ପରେ ଜଙ୍ଗଲ ବିଭାଗକୁ ବିଶେଷ ସମୀକ୍ଷା ରିପୋର୍ଟ ପ୍ରଦାନ କରାଯାଇଛି । ସେଥିରେ ପ୍ରାୟ ୮ କୋଟି ଟଙ୍କାର ଅନାବଶ୍ୟକ ଖର୍ଚ୍ଚ ହୋଇଥିବା ସିଏଜିଙ୍କ ପକ୍ଷରୁ ରିପୋର୍ଟରେ ଦର୍ଶାଯାଇଥିଲା । ଏହାକୁନେଇ ମନ୍ତ୍ରୀ ଖୁଣ୍ଟିଆ ଜୁଲାଇ ୭ରେ ବିଭାଗୀୟ ସଚିବଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ।୨୦୨୪-୨୫ ଆର୍ଥିକ ବର୍ଷରେ ଏହି ସବୁ ଥାର୍ ଗାଡ଼ି କିଣାଯାଇଥିଲା ।

You might also like