ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ
ଭୁବନେଶ୍ୱର (ରାଜ୍ୟ କାହାଣୀ )କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ ଥିବା ଏଚ୍ଏଚ୍ଜି ମହିଳାଙ୍କ ୩ ମାସର ବକେୟା ବିଲ କରେଇ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି।ଭିଜିଲାନ୍ସ ଟିମ୍ ପ୍ରିନ୍ସିପାଲକୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଥିବା ବେଳେ ବର୍ତ୍ତମାନ ପ୍ରିନ୍ସିପାଲଙ୍କ ଭବାନୀପାଟଣା ସ୍ଥିତ ବାସଭବନରେ ଚଢ଼ାଉ କରିଥିବା ସୂଚନା ମିଳିଛି lଏଥିରେ ଜୟପୁର ଭିଜିଲାନ୍ସ ଏସପିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ସାମିଲ ଅଛନ୍ତି।