ଆସନ୍ତା ବର୍ଷ ଦିନିକିଆ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ଦଳରେ କିଏ ରହିବା ଉଚିତ୍ ଏହି ପ୍ରଶ୍ନର ଉତ୍ତର ଦେଲେ ରବି ଶାସ୍ତ୍ରୀ
ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ନେଇ ପୁଣି ଚର୍ଚ୍ଚା । ଟେଷ୍ଟ ଓ ଟି-୨୦ରୁ ବିଦାୟ ନେଇସାରିଥିବା ଏହି ଦୁଇ ଦିଗ୍ଗଜଙ୍କ ନଜର ଏବେ କେବଳ ଦିନିକିଆ କ୍ରିକେଟ୍ ଉପରେ । ରବି ଶାସ୍ତ୍ରୀଙ୍କ ଦିନିକିଆ ବିଶ୍ୱକପ୍ ଦଳରେ ଶୁଭମନ ଗିଲ୍ ସାମିଲ ଥିବା ବେଳେ, ରୋହିତ ଏବଂ ଯଶସ୍ୱୀ ଜୈସ୍ୱାଲ ଉଭୟଙ୍କୁ ସାମିଲ କରାଯାଇଛି । ଶାସ୍ତ୍ରୀଙ୍କ ମତରେ, ରୋହିତ ନିଶ୍ଚିତ ଭାବରେ ଦିନିକିଆ ବିଶ୍ୱକପରେ ଖେଳିବା ଉଚିତ୍ । ଜୈସ୍ୱାଲ ବ୍ୟାକଅପ୍ ଓପନର୍ ହେବା ଉଚିତ୍ । ଏମାନଙ୍କ ବ୍ୟତୀତ ବ୍ୟାଟିଂ ଲାଇନ-ଅପରେ ବିରାଟ କୋହଲି, ଶ୍ରେୟସ ଆୟର ଏବଂ କେଏଲ ରାହୁଲଙ୍କ ଭଳି ନାମ ରହିଛି । ଆଶ୍ଚର୍ଯ୍ୟଜନକ ଭାବରେ ଶାସ୍ତ୍ରୀ ଈଶାନ କିଶନଙ୍କ ବଦଳରେ ରିଷଭ ପନ୍ତଙ୍କୁ ଦଳରେ ସାମିଲ କରିଛନ୍ତି ।ଦିନିକିଆ ବିଶ୍ୱକପ୍ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଥମ ପସନ୍ଦର ଅଲରାଉଣ୍ଡର ଭାବରେ ବାଛିଛନ୍ତି । ସେ ଅକ୍ଷର ପଟେଲ ଏବଂ ରବିନ୍ଦ୍ର ଜାଡେଜା ଉଭୟଙ୍କୁ ସ୍ପିନ୍ ବୋଲିଂ ଅଲରାଉଣ୍ଡର ଭାବରେ ସୁଯୋଗ ଦେଇଛନ୍ତି । ଜାଡେଜାଙ୍କୁ ଏବେ ଦିନିକିଆ ଦଳରୁ ବାଦ ଦିଆଯାଇଛି ।ସେ ବୁମରାଙ୍କ ସହିତ ମହମ୍ମଦ ଶାମିଙ୍କୁ ଦଳରେ ସାମିଲ କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ ମହମ୍ମଦ ସିରାଜ ମଧ୍ୟ ଏକଦିବସୀୟ ବିଶ୍ୱକପ୍ ଖେଳିବା ଉଚିତ୍ । ବଡ଼ କଥା ହେଉଛି, ସେ ଭୁବନେଶ୍ୱର କୁମାରଙ୍କୁ ମଧ୍ୟ ଦଳରେ ରଖିବାକୁ ଚାହାଁନ୍ତି ।ରବି ଶାସ୍ତ୍ରୀ କୁଲଦୀପ ଯାଦବଙ୍କୁ ବିଶେଷଜ୍ଞ ସ୍ପିନର ଭାବରେ ଚୟନ କରିଛନ୍ତି ।