ବ୍ରହ୍ମପୁରରେ ୩ କୋଭିଡ୍ ଆକ୍ରାନ୍ତ ଚିହ୍ନଟ , ସ୍ୱାସ୍ଥ୍ୟ ବିଭାଗ ସତର୍କ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଆନ୍ଧ୍ର ପରେ ଓଡ଼ିଶାରେ କରୋନା। ଗଞ୍ଜାମ ଜିଲ୍ଲାରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି। MKCGରେ ଜଣେ ମହିଳା ରୋଗୀ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ସଂକ୍ରମିତଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ଆକ୍ରାନ୍ତମାନଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ନଜରରେ ରଖି ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଦୁଇଜଣଙ୍କର ଲକ୍ଷଣ ସାମାନ୍ୟ ଥିବାରୁ ସେମାନେ ଘରୋଇ ସଙ୍ଗରୋଧରେ ରହି ଚିକିତ୍ସା ନେଉଛନ୍ତି ।ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଚିହ୍ନଟ ଓ ଆବଶ୍ୟକ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଏହା ସହିତ ଲୋକଙ୍କୁ ଅଯଥା ଆତଙ୍କିତ ନହୋଇ ସତର୍କ ରହିବା, ଅସୁସ୍ଥ ଅନୁଭବ କଲେ ପରୀକ୍ଷା କରାଇବା ଏବଂ ଆବଶ୍ୟକ ସ୍ୱାସ୍ଥ୍ୟବିଧି ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ କହିଛି, ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ଏବଂ ଆବଶ୍ୟକ ପଡ଼ିଲେ ତୁରନ୍ତ ପଦକ୍ଷେପ ନିଆଯିବ ।