ଆଗକୁ ପେଟ୍ରୋଲରେ ମିଶିବ କି ଅଧିକ ଇଥାନଲ ?ସ୍ପଷ୍ଟ କଲେ କେନ୍ଦ୍ର ସରକାର

ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି । କିନ୍ତୁ ସରକାର ଏସବୁ ମିଛ ଏବଂ ଗୁଜବ ବୋଲି ଆଶ୍ୱାସନା ଦେଉଛନ୍ତି । ରାଜ୍ୟସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ରାଜ୍ୟ ମନ୍ତ୍ରୀ ସୁରେଶ ଗୋପୀ କହିଛନ୍ତି ଯେ, ଯଦି ଭବିଷ୍ୟତରେ ଇଥାନଲର ମାତ୍ରା ବୃଦ୍ଧି ପାଇଁ ବିଚାର କରାଯିବ ତାହାଲେ ପ୍ରଥମେ ବୈଜ୍ଞାନିକ ପଦ୍ଧତିରେ ଗବେଷଣା ହେବ । ଏହାପରେ ଅଟୋମୋବାଇଲ, ପେଟ୍ରୋଲିୟମ ଏବଂ ରିସର୍ଚ୍ଚ ସେଣ୍ଟର ସହ ଆଲୋଚନା କରାଯିବ । ଏସବୁ ବିଚାରବିମର୍ଷ ପରେ ହିଁ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଭାରତ ନିର୍ଦ୍ଧାରିତ ସମୟର ୫ ବର୍ଷ ପୂର୍ବରୁ ହିଁ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣ ଲକ୍ଷ୍ୟ ହାସଲ କରିସାରିଛି। ଦୁଇ ଦଶନ୍ଧିରୁ ଅଧିକ ସମୟର ପର୍ଯ୍ୟାୟକ୍ରମେ କାର୍ଯ୍ୟକାରିତା ପରେ, ହାରାହାରି ଇଥାନଲ୍ ମିଶ୍ରଣ ୨୦୧୩-୧୪ରେ ୧.୫୩ ପ୍ରତିଶତରୁ ବୃଦ୍ଧି ପାଇ ୨୦୨୫-୨୬ ଯୋଗାଣ ବର୍ଷରେ ୨୦ ପ୍ରତିଶତରେ ପହଞ୍ଚିଛି।କୋଟି କୋଟି ଦୁଇ ଚକିଆ ବାହାନ ବର୍ଷ ବର୍ଷ ଧରି ଇଥାନଲ ମିଶ୍ରିତ ପେଟ୍ରୋଲରେ ଚାଲିଛି । କୌଣସି ଗାଡି଼ ଖରାପ ହେଉ ନାହିଁ । କିନ୍ତୁ ପୁରୁଣା ଇ-୧୦ ବାଇକର ମାଇଲେଜ୍ ସାମାନ୍ୟ କମ୍ ହୋଇପାରେ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ କରିଛନ୍ତି ।ଅନ୍ୟ ଦିଗରେ ଇଥାନଲ ବ୍ୟବହାର ପାଇଁ ବଳକା ଶସ୍ୟକୁ ବ୍ୟବହାର କରାଯାଉଛି । ଏହା ଖାଦ୍ୟ ସଙ୍କଟ ସୃଷ୍ଟି କରିବ nahin । ଏବେ ପେଟ୍ରୋଲ ପମ୍ପରେ ବିନା ଇଥାନଲ ଯୁକ୍ତ ପେଟ୍ରୋଲ ମିଳିବା ନେଇ ଯୋଜନା ପ୍ରସ୍ତୁତ ହୋଇନାହିଁ । ଏହାଦ୍ୱାରା ଲକ୍ଷ୍ୟ ପୂର୍ଣ୍ଣ ହେବନି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

You might also like