ବନ୍ଧା ହେବେ IPL ଷ୍ଟାର୍ ଅଭିଷେକ ପୋରେଲ, ୩ ବର୍ଷ ଧରି ମହିଳାଙ୍କୁ କରୁଥିଲେ ଦୁଷ୍କର୍ମ
କୋଲକାତା ହାଇକୋର୍ଟ ଏକ ଗଣଦୁଷ୍କର୍ମ ମାମଲା ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲଙ୍କୁ ଗରିଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଅଭିଷେକଙ୍କ ଇଲେକ୍ଟ୍ରୋନିକ୍ ଡିଭାଇସଗୁଡିକୁ ଜବତ କରିବାକୁ ମଧ୍ୟ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।ଅଭିଯୋଗ ଅନୁସାରେ, ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଥିବା ଅଭିଷେକ ପୀଡ଼ିତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ୩ ବର୍ଷ ଧରି ସମ୍ପର୍କ ରଖିବା ପରେ ବିବାହ ପାଇଁ ମନା କରିବା ସହିତ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଅନଲାଇନରେ ଛାଡ଼ିବାକୁ ଧମକ ଦେଇଥିଲେ। ପୀଡ଼ିତା ଏ ନେଇ ହୁଗଳି ଜିଲ୍ଲାର ମାଗ୍ରା ଥାନାରେ ଅଭିଯୋଗ କରିଥିଲେ।ଅନ୍ୟପଟେ କିନ୍ତୁ ଅଭିଷେକ ପୋରେଲ ଏହି ଅଭିଯୋଗକୁଡିକୁ ଅସ୍ବୀକାର କରିଛନ୍ତି । ଏହି ମାମଲାର ଶୁଣାଣି ଅଗଷ୍ଟ ୧୧ ତାରିଖରେ ହେବ । ବିଚାରପତି ସୌଗତ ଭଟ୍ଟାଚାର୍ଯ୍ୟ ପୋରେଲଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଛନ୍ତି ।