ଶ୍ରୀଗୁଣ୍ଡିଚା ମନ୍ଦିରରେ ହ୍ୱିଲଚେୟାରରେ ମହାପ୍ରଭୁଙ୍କ ଦର୍ଶନ

ରଥଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭିଡ଼ ଭିତରେ ମଧ୍ୟ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଦର୍ଶନକୁ ସହଜ, ସୁରକ୍ଷିତ ଓ ସୁବିଧାଜନକ କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ହ୍ୱିଲ ଚେୟାର, ସ୍ୱେଚ୍ଛାସେବୀଙ୍କ ସହଯୋଗ ଓ ସ୍ୱତନ୍ତ୍ର ପ୍ରବେଶ ବ୍ୟବସ୍ଥା ଯୋଗୁଁ ବୟସ କିମ୍ବା ଶାରୀରିକ ଅକ୍ଷମତା ମହାପ୍ରଭୁଙ୍କ ଦର୍ଶନରେ କୌଣସି ସମସ୍ୟା ହେଉନି । ହ୍ୱିଲଚେୟାରରେ ଭକ୍ତଙ୍କୁ ମନ୍ଦିର ନିକଟକୁ ନେଇଯାଉଛନ୍ତି ସ୍ବେଚ୍ଛାସେବୀ ।ସ୍ୱେଚ୍ଛାସେବୀମାନେ ସେମାନଙ୍କୁ ଦର୍ଶନରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ଫଳରେ ବୟସ କିମ୍ବା ଶାରୀରିକ ସମସ୍ୟା ମହାପ୍ରଭୁଙ୍କ ଦର୍ଶନରେ ଆଉ ବାଧା ସୃଷ୍ଟି କରୁନାହିଁ ।ବିଭିନ୍ନ ସେବା ସଂଗଠନରୁ ୨୫ରୁ ୩୦ ଜଣ ସ୍ୱେଚ୍ଛାସେବୀ ନିୟୋଜିତ ଅଛନ୍ତି । ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ସମନ୍ୱୟ ରକ୍ଷା କରି ଭକ୍ତଙ୍କୁ ସହାୟତା କରୁଛନ୍ତି ।

You might also like