ସଂସଦ ଆରମ୍ଭ ହେବା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ମୋଦୀଙ୍କ କଟାକ୍ଷ
ରାହୁଲ ଗାନ୍ଧୀଙ୍କୁ ମୋଦୀଙ୍କ କଟାକ୍ଷ ।ସଂସଦ ଆରମ୍ଭ ହେବା ପୂର୍ବରୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ଯୁବଶକ୍ତିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କିନ୍ତୁ କଥାରେ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ ବି କରିଛନ୍ତି।। ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ସ୍କାଇରୁଟ୍ ଏରୋସ୍ପେସ୍ ପଛରେ ଥିବା ଟିମ୍ ବିଷୟରେ କହିଥିଲେ, ‘ସ୍କାଇରୁଟ୍’ ଷ୍ଟାର୍ଟଅପ୍ ରେ କାର୍ଯ୍ୟରତ ସମଗ୍ର ଟିମର ହାରାହାରି ବୟସ ମାତ୍ର ୨୮ ବର୍ଷ ବୋଲି କହିଥିଲେ । ଏପରି ଯୁବକମାନେ ଏହି କାର୍ଯ୍ୟ ସମ୍ପନ୍ନ କରିଛନ୍ତି; ମୁଁ କୌଣସି ୫୬ ବର୍ଷୀୟ ‘ଯୁବକ’ ବିଷୟରେ କହୁ ନାହିଁ, ମୁଁ ଦେଶର ସେହି ଷ୍ଟାର୍ଟଆପ୍ ଗୁଡ଼ିକ ବିଷୟରେ କହୁଛି , ଯାହାର ହାରାହାରି ବୟସ ୨୮ ବର୍ଷ ଏବଂ ଯାହା ମହାକାଶରେ ଭାରତର ପତାକା ଉଡ଼ାଇଛି । ଚଳିତ ଜୁନ୍ ମାସରେ ରାହୁଲ ଗାନ୍ଧୀ ୫୬ ବର୍ଷରେ ପାଦ ଥାପିଥିବା ବେଳେ କଂଗ୍ରେସ ତାଙ୍କୁ ଜଣେ ଯୁବ ନେତା ଭାବେ ଉପସ୍ଥାପନ କରିଆସୁଛି। ସେହିପରି ଗତ ଫେବ୍ରୁଆରୀରେ ଚୀନ୍ ସୀମା ବିବାଦକୁ ନେଇ ରାହୁଲ ‘୫୬ ଇଞ୍ଚର ଛାତି’ କହି ମୋଦୀଙ୍କୁ ଘେରିଥିଲେ। ଆଜି ପ୍ରଧାନମନ୍ତ୍ରୀ ସେହି ‘୫୬’ ସଂଖ୍ୟା ମାଧ୍ୟମରେ ହିଁ ତାଙ୍କୁ ପରୋକ୍ଷ ଜବାବ ଦେଇଛନ୍ତି।