ଆସନ୍ତା ଦୁଇ ଦିନ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ଵର (ରାଜ୍ୟ କାହାଣୀ )ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡିଶା ପଶ୍ଚିମବଙ୍ଗ ଠାରେ ସକ୍ରିୟ ଥିବା ଲଘୁଚାପ ଆଜି ସକାଳେ ସଦୃଶ ଲଘୁଚାପରେ ପରିଣତ ହୋଇଛି । ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ଠାରୁ ୭.୬ କିମି ଯାଏଁ ବ୍ୟାପିଛି । ଏହା ଆଗାମୀ ୨ ଦିନ ମଧ୍ୟରେ ଉତ୍ତର ଓଡିଶା ଓ ଗଙ୍ଗେୟ ପଶ୍ଚିମବଙ୍ଗ ଦେଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି । ପ୍ରଭାବରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଅତ୍ୟଧିକ ପ୍ରବଳ, ପ୍ରବଳରୁ ଅତି ପ୍ରବଳ ଓ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।ଆଜି ସକାଳୁ ଓଡ଼ିଶାର ବିଭିନ୍ନ ଭାଗରେ ମଧ୍ୟମରୁ ପ୍ରବଳ ବର୍ଷା ଲାଗି ରହିଛି।ବିଶେଷ କରି ଉପକୂଳ ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୫ ରୁ ୧୫ ସେମି ପର୍ଯ୍ୟନ୍ତ ବର୍ଷା ରେକର୍ଡ କରାଯାଇଛି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। କିନ୍ତୁ କିଛି ନିର୍ଦ୍ଦିଷ୍ଟ ଉତ୍ତର, ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଭଦ୍ରକ, ଯାଜପୁର ଏବଂ କେନ୍ଦୁଝର ଭଳି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସତର୍କ କୁହାଯାଇଛି।

You might also like