ସୁବର୍ଣ୍ଣ ଖଡ଼ିକାରେ ଛେରାପହଁରା ନୀତି ଆରମ୍ଭ

ଭୁବନେଶ୍ଵର (ରାଜ୍ୟ କାହାଣୀ) ଗଜପତି ମହାରାଜଙ୍କ ଆଗମନରେ ଭକ୍ତିମୟ ହୋଇଉଠିଛି ବଡ଼ଦାଣ୍ଡ। ପାରମ୍ପରିକ ରାଜକୀୟ ଶୋଭାଯାତ୍ରାରେ ସେ ତିନି ରଥ ନିକଟରେ ପହଞ୍ଚିଛନ୍ତି। ମହାପ୍ରଭୁଙ୍କ ପ୍ରିୟ ସେବକ ଭାବେ ସେ ସୁବର୍ଣ୍ଣ ଖଡ଼ିକାରେ ପବିତ୍ର ଛେରାପହଁରା ନୀତି ସମ୍ପାଦନ କରିଛନ୍ତି । ସୁବର୍ଣ୍ଣ ଖଡ଼ିକାରେ ଛେରାପହଁରା ନୀତି ଆରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ ଗଜପତି ମହାରାଜା ତିନି ରଥରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ ସୁବର୍ଣ୍ଣ ଖଡ଼ିକାରେ ରଥକୁ ପରିଷ୍କାର କରି ଏହି ପବିତ୍ର ନୀତି ସମ୍ପାଦନ କରୁଛନ୍ତି। ମହାପ୍ରଭୁଙ୍କ ସମ୍ମୁଖରେ ରାଜା ମଧ୍ୟ ସେବକ । ଏହି ଅନନ୍ୟ ପରମ୍ପରା ସମତା, ବିନମ୍ରତା ଓ ସେବାଭାବର ଚିରନ୍ତନ ବାର୍ତ୍ତା ଦେଇଥାଏ। ଭକ୍ତି ଓ ଉଲ୍ଲାସରେ ପରିପୂର୍ଣ୍ଣ ଏହି ଦିବ୍ୟ ମୁହୂର୍ତ୍ତ।  ଆଉ କିଛି ସମୟ ପରେ ରଥ ଟଣା ଆରମ୍ଭ ହେବ।

You might also like