ଏପ୍ରିଲ, ମେ’ରେ ପଞ୍ଚାୟତ ନିର୍ବାଚନ:ସନ୍ତୋଷ ଦାସ

ଭୁବନେଶ୍ୱର ( ରାଜ୍ୟ କାହାଣୀ )ଏଥର ସାମାନ୍ୟ ବିଳମ୍ବ ହେବ ପଂଚାୟତ ନିର୍ବାଚନ। ଏପ୍ରିଲ ମେ’ରେ ପଂଚାୟତ ନିର୍ବାଚନ ।ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ ଦାସ। ଏସଆଇଆର କାମ ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏଁ ହେବ ବୋଲି ସେ କହିଛନ୍ତି। ପଞ୍ଚାୟତ, ପୌର ନିର୍ବାଚନ ପାଇଁ ଆରଡିସି ଓ ଜିଲାପାଳଙ୍କ ସହ ବୈଠକ ହୋଇଛି। ଆସନ୍ତା ୨୧ ତାରିଖରେ ରୁଟିନ୍ ବୈଠକ ହେବ। ଏଥର ଡୋର ଟୁ ଡୋର୍ ଭିଜିଟ୍ କରି ଭୋଟର ଲିଷ୍ଟ ପ୍ରସ୍ତୁତ କରାଯିବ। ୬୭୯୪ ପଞ୍ଚାୟତରେ ୯୧୯୩୦ ୱାର୍ଡ ବା ବୁଥ୍ ରହିଛି ।

You might also like