ପ୍ରେମ, ପ୍ରତିଶ୍ରୁତି ଓ ପ୍ରତାରଣା ! ଯୁବତୀଙ୍କ ଅଭିଯୋଗରେ ଏସଓଜି ଯବାନ ଗିରଫ
ଭୁବନେଶ୍ୱର ( ରାଜ୍ୟକାହାଣୀ )ଅନଲାଇନରେ ପ୍ରେମ, ଅଫଲାଇନରେ ପ୍ରତାରଣା। ପ୍ରେମ ପ୍ରତାରଣା ଅଭିଯୋଗରେ ଗିରଫ ହେଲେ SOG କନଷ୍ଟେବଳ। ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ SOG କନଷ୍ଟେବଳ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କୁ ଗିରଫ କରିଛି। ସେ ଭୁବନେଶ୍ୱରସ୍ଥିତ ୭ମ ବାଟାଲିଅନରେ କାର୍ଯ୍ୟରତ ଥିଲେ।ଅଭିଯୋଗ ଅନୁଯାୟୀ, ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଏହି ଯୁବକ ଗତ ଅକ୍ଟୋବର ୨୮ ତାରିଖରେ ନୟାପଲ୍ଲୀ ଥାନା ଅଞ୍ଚଳର ଏକ ଲଜ୍କୁ ନେଇଥିଲେ। ସେଠାରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଯୁବତୀ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ନୟାପଲ୍ଲୀ ଥାନାରେ ବିଏନ୍ଏସ୍ ଧାରା ୬୯ ଅନୁଯାୟୀ କେସ୍ ନମ୍ବର ୯୦୨/୨୦୨୬ ରୁଜୁ ହୋଇଥିଲା। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା।ଅଭିଯୋଗ ଆଧାରରେ ନୟାପଲ୍ଲୀ ପୋଲିସ ମାମଲା ରୁଜୁ କରି ତଦନ୍ତ ପରେ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।